ବଜ୍ରାଘାତରେ ଜଣେ ଯୁବକ ମୃତ

ଭରତପଲ୍ଲୀ : ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣକ ହେଲେ ରାକୋଟ ବ୍ଲକ ବରଡ଼ାବିଲ୍ଲି ପଞ୍ଚାୟତ ଭରତପଲ୍ଲୀ ଗ୍ରାମର ରଞ୍ଜନ ଗୌଡ(୩୬) । ରଞ୍ଜନ ଗୌଡ ତାଙ୍କ ବାପା ବିଜୟ ଗୋଡଙ୍କ ସହ ପାଟପୁର ବିଲ ମାଳକୁ ଗାଈ ଚରାଇବାକୁ ଯାଇଥିବା ସମୟରେ କାଳବୈଶାଖୀର ପ୍ରଭାବରେ ବଜ୍ରାଘାତ ଶିକାର ହୋଇଥିଲେ । ଘଟଣାସ୍ଥଳରୁ ରଞ୍ଜନକୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଅଣାଯାଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

seven − six =