pakka

ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ଦାବୀ : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତକୁ ଜାତୀୟ ସଂପତ୍ତି ଘୋଷଣା ସହ ପାହାଡର ଶୀଖରରେ ଗୌତମବୁଦ୍ଧଙ୍କ ପଟ୍ଟଶିଷ୍ୟ ନାଗାର୍ଜୁନଙ୍କ ଦ୍ବାରା ସ୍ଥାପିତ ଧ୍ବଂସ ପ୍ରାପ୍ତ ବୌଦ୍ଧ ବିଶ୍ବ ବିଦ୍ୟାଳୟ ସୁରକ୍ଷା, ରକ୍ଷଣା ବେକ୍ଷଣ ସହ ଗନ୍ଧମାର୍ଦ୍ଦନ ପର୍ବତର ଉପଲବ୍ଧ ୨ ହଜାର ପ୍ରକାର ଦୁର୍ଲଭ ବନୌଷଧିକୁ ନେଇ ଏକ ଔଷଧିୟ ପ୍ଲାଣ୍ଟ ସ୍ଥାପନା ପାଇଁ ଆଜି ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ବାର୍ଷିକ ଉତ୍ସବରେ ଦାବୀ କରାଯାଇଛି । ଆଜି ନୃସିଂହନାଥ ପୀଠଠାରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ୩୭ ତମ ବାର୍ଷିକ ଉତ୍ସବ ଆବାହକ ଦିଲ୍ଲୀପ ବେହେରାଙ୍କ ସଭାପତିତ୍ବରେ ପୂର୍ବତନ ଆବାହକ ଧିରେନ ମହାନ୍ତିଙ୍କ ସଞ୍ଚାଳନରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ହରିଶଙ୍କର ପୀଠରୁ ଯୁବ ପରିଷଦ କାର୍ଯ୍ୟକର୍ତ୍ତାମାନେ ସର୍ବଶ୍ରୀ ଉପେନ୍ଦ୍ର ଭୋଇ, ରବି ସାହୁ, ବିପ୍ର ବିଶି, ଅଭୟ ତ୍ରିପାଠୀ, ଶତୃଘ୍ନ ନାୟକ, ଗଜ ନାଗ, ଶ୍ୟାମ ସାହୁ, ଗୋକୁଳ ସାହୁ, ରାଜେନ୍ଦ୍ର ମିଶ୍ର, ଟିକେଶ୍ଵର ଧରୁଆ ଏକ ମଶାଲ ଶୋଭାଯାତ୍ରାରେ ନୃସିଂହନାଥ ପୀଠରେ ପହଞ୍ଚିବା ପରେ ଶତାଧିକ କାର୍ୟ୍ୟକର୍ତ୍ତା ତାଙ୍କୁ ସ୍ବାଗତ କରି ମଞ୍ଚ ନିକଟକୁ ନେଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ, ୧୯୮୩ ମସିହାରେ ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍‌ସାଇଟ ଉତ୍ତୋଳନ କରିବା ପାଇଁ ତତ୍କାଳୀନ କଂଗ୍ରେସ ସରକାର ବାଲକୋକୁ ୪୭ ବର୍ଷର ଖଣିପଟ୍ଟା ପ୍ରଦାନ କରିଥିଲେ । ଗନ୍ଧମାର୍ଦ୍ଦନରେ ଖଣି ଖନନ ହେଲେ ଏହାର ପ୍ରାକୃତିକ ପରିବେଶ, ନଦୀ, ଝରଣା, ଦୁର୍ଲଭ ବନୌଷଧି, ନୃସିଂହନାଥ – ହରିଶଙ୍କର ତୀର୍ଥକ୍ଷେତ୍ରର ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନ ଥିବାରୁ ଗନ୍ଧମାର୍ଦ୍ଦନରେ ବାଲକୋ ଖଣି ପ୍ରକଳ୍ପ ବିରୋଧରେ ଏକ ଜନ ଆନ୍ଦୋଳନ ବ୍ୟାପକ ଭାବେ ଆରମ୍ଭ ହୋଇଥିଲା । ଜନ ଆନ୍ଦୋଳନର ଚାପରେ ବାଧ୍ୟ ହୋଇ ୫୨ କୋଟି ଟଙ୍କା ଖର୍ଚ୍ଚ କରିଥିବା ସତ୍ତ୍ବେ ତତ୍କାଳୀନ ସରକାର ବାଳକୋର ଖଣିପଟ୍ଟାକୁ ବାତିଲ କରିଥିଲେ । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ଦେଶର ଏକ ସଫଳ ପରିବେଶ ଆନ୍ଦୋଳନ ଭାବେ ସ୍ଥାପିତ ହୋଇଛି । ସେହିଦିନ ଠାରୁ ପ୍ରତିବର୍ଷ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଜାନୁୟାରୀ ୧ ତାରିଖ ବାର୍ଷିକ ସମ୍ମିଳନୀ ପାଳନ କରି ଆସୁଛି । ଆଜି ଏହି ସମ୍ମିଳନୀ ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପୂର୍ବତନ ଆବାହକ ରାହାସ ବିହାରୀ ସାହୁ, ଭୀଷ୍ମଦେବ ପଟେଲ, ପୁରନ୍ଦର ସାହୁ, କୌଲାସ ଦିଶ୍ରୀ, ଡମ୍ବରୁ ବେହେରା, ସନ୍ଥ ରଘୁନାଥ, ଧବଲେଶ୍ବର ବରିହା, ପୁରନ୍ଦର ପ୍ରଧାନ, ଶ୍ରୀମତୀ ଉମାକାନ୍ତି ସାହୁ, ଉର୍ମିଲା ମେହେର, ଶୁଶିଲା ଖମାରୀ, ସନ୍ଧ୍ୟାରାଣୀ ଥପା, ଶୁଭାଶିନୀ ପ୍ରଧାନ ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗନ୍ଧମାର୍ଦ୍ଦନ ସୁରକ୍ଷା ପାଇଁ ଆହ୍ବାନ ଦେଇଥିଲେ । ବାର୍ଷିକ ଉତ୍ସବରେ ସର୍ବସମ୍ମତି କ୍ରମେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବର ଆବାହକ ଭାବେ ଦୁର୍ଯ୍ୟୋଧନ ପୁଟା ଓ ଯୁଗ୍ମ ଆବାହକ ବଲାଙ୍ଗିର ଯୁବ ନେତା ଶୁଶିଲ ଗୁରୁଙ୍କୁ ମନୋନୀତ କରାଯାଇଥିଲା ।

Leave A Reply

Your email address will not be published.

eighteen − 8 =