pakka

ଜିଲ୍ଲା ଯୁବ ମହୋତ୍ସବ ଉଦ୍‌ଘାଟିତ

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ଆଜି ନେହେରୁ ଯୁବ କେନ୍ଦ୍ର, ବରଗଡ଼ ଦ୍ୱାରା ଜିଲ୍ଲା ଯୁବ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦୀପ ପ୍ରଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ବରଗଡ଼ ସାଂସଦ ସୁରେଶ ପୂଜାରୀ ଉଦ୍‌ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଡ଼ ସୁଜିତ ପୃଷେଠ ଓ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ବରଗଡ଼ ପୌରପରିଷଦ ଅଧିକାରୀ ନାରାୟଣ ଦନସେନା, କ୍ରୀଡା ଅଧିକାରୀ ତୁଷାର କାନ୍ତ ମିଶ୍ର ଓ ସମାଜ ସେବୀ ସୁରେଶ୍ୱର ଶତପଥୀ । ଏହି କାର୍ୟ୍ୟକ୍ରମରେ ସାମାଜିକ ସଂଗଠନ ସଂକଲ୍ପ ପରିବାର, ସମାଜସେବୀ ଦୀପା ବାରିକ, ସ୍ବେଛାସେବୀ ରତିକାନ୍ତ ପଧାନ, ଦୁର୍ଯ୍ୟୋଧନ ପାଣ୍ଡେ, ହୁର୍ଷିରାମ ବରିହା, କ୍ଷୀରସିନ୍ଧୁ ଭୋଇ ଓ ଅନୀଲ ସାହୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ପ୍ରସଂଶା ପତ୍ର ଓ ଫଳକ ପାଇଁ ସମ୍ମାନିତ ହୋଇଥିଲେ । ସମାଜ ସେବା ଓ କୋଭିଡ ସମୟରେ ଏହି ମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ଗଣ ପ୍ରସଂଶା କରିବା ସାଙ୍ଗେ ସାଙ୍ଗେ ଅନ୍ୟମାନଙ୍କ ପ୍ରେରଣାର ଉତ୍ସ ହୋଇ ରହିଥାନ୍ତୁ ବୋଲି ଆଶା ପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିଲେ ଜିଲ୍ଲା ଯୁବ ଅଧିକାରୀ ରୋଶନ ଟଣ୍ଡନ ଓ ସଂଯୋଜନା କରିଥିଲେ ଉପଦେଷ୍ଟା କମିଟି ସଭ୍ୟ ତ୍ରିଲୋଚନ ଶତପଥୀ ସହଯୋଗ କରିଥିଲେ ପ୍ରୀତି ପ୍ରଧାନ, ଟିକି ସାହୁ, ଲିଶା ପଧାନ, ଶିବୁ ଆଚାର୍ଯ୍ୟ ପ୍ରମୁଖ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଯୁବ ସମାଜ ସେବୀ ରାଜେନ୍ଦ୍ର ବାଗ ।

Leave A Reply

Your email address will not be published.

5 × three =