om academy

‘ଜାତୀୟ ସେବା ଯୋଜନା’ର ‘ନାମ ପଞ୍ଜିକରଣ’ ଓ ‘ଅଭିମୁଖୀକରଣ କାର୍ଯ୍ୟକ୍ରମ’

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଜାତୀୟ ସେବା ଯୋଜନା’ର ସଂଯୁକ୍ତ ଶାଖା ତରଫରୁ ପ୍ରୋଗ୍ରାମ ଅଫିସର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ‘ନାମ ପଞ୍ଜିକରଣ’ ଓ ‘ଅଭିମୁଖୀକରଣ କାର୍ଯ୍ୟକ୍ରମ’ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡଃ ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସଭାପତିତ୍ୱ ଅଭିଭାଷଣରେ ସ୍ୱେଚ୍ଛାସେବୀମାନଙ୍କୁ ଏନ୍.ଏସ୍.ଏସ୍. ସଂପର୍କରେ ଅବଗତ କରାଇଥିଲେ । ମୁଖ୍ୟ ଅତିଥି ଡଃ ଜେନା ଓ ବାଳିକା ବିଭାଗର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଶ୍ରୀମତୀ ରଶ୍ମିପ୍ରଭା ମଥାନ ସ୍ୱେଚ୍ଛାସେବୀମାନଙ୍କୁ ‘ନାମ ପଞ୍ଜିକରଣ’ ଓ ‘ଅଭିମୁଖୀକରଣ କାର୍ଯ୍ୟକ୍ରମ’ର ମହତ୍ୱ, ଏନ୍.ଏସ୍.ଏସ୍.ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଏହାର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ତଥା ସାଂପ୍ରତିକ ସମୟରେ ଏହାର ଗୁରୁତ୍ଵ ସଂପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସ୍ୱେଚ୍ଛାସେବୀ ଅରୁଣ କୁମାର ମହାନ୍ତି କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ବରିଷ୍ଠ ସ୍ୱେଚ୍ଛାସେବୀ ନୟନ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱେଚ୍ଛାସେବୀ ଅନିତା ଜଗଦ୍ଦେବ, ବିଶାଳ କୁମାର ରାମ, ଶିବମ ସିଂ, ଶୁଭମ୍ ଲୋହାର, ଦେବାଶିଷ ଐଶ୍ୱର୍ଯ୍ୟ ସାହୁ, ସୌମ୍ୟରଞ୍ଜନ ମହାନ୍ତି, ଗୋପାଳକୃଷ୍ଣ ଦାଶ, ପ୍ରକାଶ ଓଝା, ହିମାଂଶୁ ନାୟକ, ଲିପ୍ସା ବଳିଆରସିଂହ, ଚାନ୍ଦିନୀ ସେଠୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.