
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ବାସନ୍ତୀ କଲୋନୀସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲ (ଡ. ଏ.ଏନ୍.କେ. ଡିଏଭି ପବ୍ଲିକ୍ ସ୍କୁଲ)ର ନୂତନ ଅଧ୍ୟକ୍ଷ ଭାବେ ଡ. ସମୀର କୁମାର କାନୁନଗୋ ଦାୟିତ୍ୱ ଗ୍ରହଣ କରିଛନ୍ତି । ଡ. କାନୁନଗୋ ଏହା ପୂର୍ବରୁ ଅନୁଗୁଳ ଜିଲ୍ଲାର ତାଳଚେରସ୍ଥିତ ଡି.ଏ.ଭି. ପବ୍ଲିକ୍ ସ୍କୁଲ, ଏନ୍.ଟି.ପି.ସି./ଟି.ଟି.ପି.ଏସ.ର ଅଧ୍ୟକ୍ଷ ଭାବେ କାର୍ଯ୍ୟରତ ଥିଲେ । ନୂତନ ଦାୟିତ୍ୱ ଗ୍ରହଣ ଅବସରରେ ବିଦ୍ୟାଳୟର ସମସ୍ତ ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ଭାରପ୍ରାପ୍ତ ଅଧ୍ୟକ୍ଷ ବିଜୟ କୁମାର ମିଶ୍ର ପୁଷ୍ପଗୁଚ୍ଛ ପ୍ରଦାନ କରି ତାଙ୍କୁ ସ୍ୱାଗତ ଜଣାଇଥିଲେ । ବିଦ୍ୟାଳୟ ପରିବାର ପକ୍ଷରୁ ଡ. ସମୀର କୁମାର କାନୁନଗୋଙ୍କୁ ନୂତନ ଦାୟିତ୍ୱ ପାଇଁ ଅଭିନନ୍ଦନ ଓ ଉଜ୍ଜ୍ୱଳ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଯାଇଛି ।