csstore

ମାୟାବର୍ହା ହାଇସ୍କୁଲ ଅଭିଭାବକ ସମ୍ମିଳନୀରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଯୋଗଦାନ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ଚଳିତ ବର୍ଷର ଦ୍ଵିତୀୟ ଶିକ୍ଷକ ଓ ଅବିଭାବକ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଭିଭାବକ ଓ ଶିକ୍ଷକଙ୍କୁ ଏହି ଶିକ୍ଷା ବର୍ଷରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷାରେ କିଭଳି ଭଲ ରେଜଲ୍ଟ କରିବେ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପର୍ଶୁରାମ ମେହେର, ତରଭା ବାଳିକା ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ, ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ମନୋଜ କୁମାର ପୂଜାରୀ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀରାମ ସିକନ୍ଦର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଅବିଭାବକ, ଅବିଭାବିକା ମାନଙ୍କୁ ଛାତ୍ରଛାତ୍ରୀ ମାନଙ୍କୁ ଉଚିତ୍ ମାର୍ଗଦର୍ଶନରେ ସେମାନଙ୍କର ଭୂମିକା ବିଷୟରେ ଅବଗତ କରାଇଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ସହ ଆଜିକାର ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଦଶମ ଶ୍ରେଣୀର ଛାତ୍ରୀ ଜନାନିକା, ଲିପ୍ସା, ଶୁଭଶ୍ରୀ, ପ୍ରୀତି, ରେଖା ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅର୍ଚ୍ଚିତା ପ୍ରଧାନ ବିଦ୍ୟାଳୟରେ ନିଜର ଅନୁଭୂତି ବର୍ଣ୍ଣନା କରିଥିଲେ । ଅବିଭାବକ ମାନଙ୍କ ମଧ୍ୟରୁ ଚକାମନ ସାହୁ, ପ୍ରମୋଦିନୀ ଯୁଆଡି ପ୍ରମୁଖ ଗଠନ ମୂଳକ ପ୍ରସ୍ତାବ ପ୍ରଦାନ କରିଥିଲେ । ଶେଷରେ ଆଲୁମିନି ସଦସ୍ୟ କିରଣ କୁମାର ପୁଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସଞ୍ଜୀବ, ଲିପି, ସୁରଜ୍, ସମୀର, ମିନିକେତନ ଓ କିଶୋର ପଟେଲ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.