ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜେଡ଼ିର ପଦଯାତ୍ରା ଅବ୍ୟାହତ ରହିଥିବା ବେଳେ ଇତିମଧ୍ୟରେ ପଦଯାତ୍ରା ଭିତ୍ତିରେ ଗଞ୍ଜାମ ବ୍ଲକର କରପଡା ପଞ୍ଚାୟତ ଅନ୍ତର୍ଗତ ଆଲିଆବାଦ ଗ୍ରାମରେ ଚାଲିଥିବା ନାମଯଜ୍ଞ କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦାନ କରିଛିନ୍ତି । ବିଧାୟକଙ୍କୁ ପାଛୋଟି ବାଟବରଣ କରି ଉତ୍ତରୀୟ ପ୍ରଦାନ କରି ଆତିଥ୍ୟ ସମ୍ମାନ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କରପଡା ସରପଞ୍ଚ ଅଜୟ ନାୟକ, ରାଜପୁର ସରପଞ୍ଚ ରଞ୍ଜନ ପଲେଇ ଏବଂ ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନଙ୍କ ସମେତ ଗ୍ରାମର ଭଦ୍ରବ୍ୟକ୍ତି, ଭଦ୍ରମଣ୍ଡଳୀ, ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

two × 4 =