csstore

ନୂଆ-ଓ ଫେଷ୍ଟ ଉପଲକ୍ଷେ ଜିଲ୍ଲସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ପ୍ରଶାସନ ତରଫରୁ ନୁଆଁ-ଓ ଫେଷ୍ଟ ଉପଲକ୍ଷେ ସୋନପୁର ସ୍ଥାନୀୟ ନୂତନ ଟାଉନହଲଠାରେ ଆଜି ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଜି ଏକକ ଅଭିନୟ ଓ ଷ୍ଟାଣ୍ଡ ଅପ କମେଡି ପ୍ରତିଯୋଗିତା ଅନୁଷ୍ଠିତ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସାଂସ୍କୃତିକ ପ୍ରତିଯୋଗିତାରେ ତା ୧୭/୧୨/୨୩ ଦିନ ସଙ୍ଗୀତ (ଏକକ ଓ ଦଳଗତ ) ଓ ତା ୧୮/୧୨/୨୩ ଦିନ ନୃତ୍ୟ (ଏକକ ଓ ଦଳଗତ) ଅନୁଷ୍ଠିତ ହେବ । ଆଜି ଅନୁଷ୍ଠିତ ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରଭୂତି ଅଂଶଗ୍ରହଣ କରିଥିଲେ । ଅନୁଷ୍ଠିତ ଏକକ ଅଭିନୟ ପ୍ରତିଯୋଗିତାରେ ଦୀପକ ବାଗ, ଶ୍ରୀରାମ କଲେଜ, ରାମପୁର ପ୍ରଥମ, ଶିବାନୀ ପଣ୍ଡା, ବି.ପି ମହିଳା ମହାବିଦ୍ୟାଳୟ, ସୋନପୁର ଦ୍ଵିତୀୟ, ଲଭଲି ସାହୁ, ଧର୍ମଶାଳା କଲେଜ ତୃତୀୟ ସ୍ଥାନ ହାସଲ କରିଥିବାବେଳେ ଷ୍ଟାଣ୍ଡ ଅପ କମେଡି ପ୍ରତିଯୋଗିତାରେ ଯସ୍ମିନ ବେଦବାକ, ସୋନପୁର କଲେଜ, ସୋନପୁର ପ୍ରଥମ, ଆଲିୟା ବଗର୍ତ୍ତୀ, ବି.ପି ମହିଳା ମହାବିଦ୍ୟାଳୟ ସୋନପୁର ଦ୍ଵିତୀୟ ଓ ଦୀପକ ବାଗ, ଶ୍ରୀରାମ କଲେଜ, ରାମପୁର ତୃତୀୟ ସ୍ଥାନ ହାସଲ କରି ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଜି ବିଚାରକ ଭାବେ ନାଟ୍ୟ ଶ୍ରୀ ଗଦାଧର ବାରିକ, କଳାକାର ପ୍ରଦ୍ୟୁମ୍ନ କୁମାର ସାହୁ ଓ ପ୍ରଭୁଦତ୍ତ ରଥ ଓ ଅଭିନାଶ ହୋତା ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୋଡାଲ କଲେଜ ସୋନପୁରର ଅଧ୍ୟାପକ ଅଧ୍ୟାପିକା ସହ ଛାତ୍ରଛାତ୍ରୀ ପ୍ରମୁଖ ସହଯୋଗ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆସନ୍ତା କାଲି ନୃତ୍ୟ ପ୍ରତିଯୋଗିତାରେ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀଙ୍କୁ ଅଂଶ ଗ୍ରହଣ ନିମନ୍ତେ ପ୍ରେରଣ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କୁ ଅନୁରୋଧ କରାଯାଇଛି ।

jayashree
Leave A Reply

Your email address will not be published.