pr

ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧିତ କଲା ବଲାଙ୍ଗିର ଦିନ୍‌ ଆୟୋଜନ କମିଟି

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବଲାଙ୍ଗିର ଦିନର ଆୟୋଜକ କମିଟି ସମ୍ବର୍ଦ୍ଧନା ଜଣାଇଛନ୍ତି । ଅଧ୍ୟକ୍ଷ ଅଙ୍କୁଶ ପାଣ୍ଡିଆଙ୍କ ନେତୃତ୍ୱରେ ୧୦ ଜଣିଆ କମିଟିର ସଦସ୍ୟ ଜିଲ୍ଲାପାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ନଭେମ୍ବର ୧ ବଲାଙ୍ଗିର ଦିନ୍‌ ପାଳନକୁ ସରଳ ସୁନ୍ଦର କରିବା ପାଇଁ ବଲାଙ୍ଗିର ଜିଲ୍ଲାପାଳ ଓଡିଶା ଭାଷା ସାହିତ୍ୟ ଓ ସାଂସ୍କୃତିକ ବିଭାଗ ଶାସନ ସଚିବଙ୍କୁ ସୁପାରିଶ କରିଥିବାରୁ ଆୟୋଜନ କମିଟିର ସଦସ୍ୟମାନେ କୃତଜ୍ଞତା ଜଣାଇଥିବା ବେଳେ କମିଟିର ଉପଦେଷ୍ଟା ରଚନ ମହାରଣା, ପ୍ରଭାସ ପାଣିଗ୍ରାହୀ, ପ୍ରଭାକର ମିଶ୍ର, ବିକାଶ ସା, ସଂଜିବ ସାହୁ, ବିନୋଦ କାଲସାଏ, କୈଳାଶ ମିଶ୍ର, ବ୍ୟାସଦେବ ନନ୍ଦ, ଲୋଟସ ଷଡଙ୍ଗୀ, ସାହିଲ ସିଂହ ଗଡତ୍ୟା, ଆବାହକ ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.