jsm

ସଇଁନ୍ତଲା ବ୍ଲକର ବିଭିନ୍ନ ପ୍ରକଳ୍ପର ସମୀକ୍ଷା କଲେ ଜିଲ୍ଲାପାଳ ଚଞ୍ଚଳ ରାଣା

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ବିଭିନ୍ନ ପଂଚାୟତକୁ ଯାଇ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ପ୍ରଥମେ ବେଲଗାଁ ପଂଚାୟତ ପିପୃଟ ତଲବାହାଲି ନୂତନ ବନ୍ଧର ମାଟି ଉନ୍ନତୀ କରଣରେ ୧୦ ଲକ୍ଷ ଟଙ୍କାର କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ତାହା ପ୍ରଥମେ ତଦନ୍ତ କରିଥିଲେ । ତେବେ ବନ୍ଧ କାମକୁ ଦେଖି ମଧ୍ୟ ପ୍ରଶଂସା କରିଥିଲେ । ଏଭଲି କାମ ହେବା ଦ୍ୱାରା ଦାଦାନ ସମସ୍ୟା କମିବ ଓ ଆହୁରି ବଡ ପ୍ରଜେକ୍ଟର କାମ ଆରମ୍ଭ କରନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ରାଣା ସଇଁନ୍ତଲା ବିଡିଓଙ୍କୁ ନିଦେ୍ଧର୍ଶ ଦେଇଥିଲେ । ଅନ୍ୟ ପଟେ ଏହି ବନ୍ଧରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ହାତ ଭାଙ୍ଗିଯାଇ ଥିବା ନେଇ ମହିଳା ଜଣକ ଜିଲ୍ଲା ପାଳଙ୍କୁ ଗୁହାରୀ କରିଥିଲେ ତେବେ ଜିଲ୍ଲାପାଳ ତାଙ୍କୁ ସହାୟତା ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ । ତାପରେ ଶିଶକେଲା ପଂଚାୟତର ବିଭିନ୍ନ କାମର ତଦାରଖ ମଧ୍ୟ କରିଥିଲେ । ଏଥିରେ ସଇଁନ୍ତଲା ବିଡିଓ ଦେବାଶିଷ ସାମଲ, କନିଷ୍ଠ ଯନ୍ତ୍ରୀ ବଲରାମ ଶବର, କନିଷ୍ଠ ଯନ୍ତ୍ରୀ ହେମନ୍ଦ୍ର ନାଥ ମଲ୍ଲିକ, ଏବିଡିଓ ପ୍ରଦୀପ ପଟ୍ଟନାୟକ,ଜିଆରଏସ ଅନୀଲ ପଟେଲ, ଜେଇ ସନ୍ତୋଷ ବେହେରା, ଜେଇ ବିକାଶ ଚନ୍ଦ୍ର ଦୀପ, କ୍ରିଷ୍ଣାମୟୀ ଛତ୍ରିଆ, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଃଖ ବନ୍ଧୁ ରଣା, ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେଉରୀ ସମେତ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.