csstore

ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ

ଝାରସୁଗୁଡା, (ନିହାରିକା ମିଶ୍ର) : ଜିଲ୍ଲା ସ୍ତରୀୟ ୭୫ ତମ ସ୍ଵାଧୀନତା ଦିବସ ସମାରୋହ ଝାରସୁଗୁଡ଼ା ମନମୋହନ ସ୍କୁଲ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଯୋଗଦେଇ କରୋନା କଟକଣା ଯୋଗୁଁ ସାମାଜିକ ଦୁରତାକୁ ବଜାୟ ରଖି ପତାକା ଉତ୍ତୋଳନ କରିଥିବା ବେଳେ ଦେଶର ବରପୁତ୍ର, ସହୀଦ ଏବଂ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଜିଲ୍ଲାପ୍ରଶାସନ, ଜିଲ୍ଲା ପୁଲିସ ବାହିନୀ ସହ ଓ ଏସ୍‌ଏପି ଦ୍ଵିତୀୟ ବାଟାଲିୟନର ସଶସ୍ତ୍ର ପୁଲିସ ବଳ ଏଥିରେ ଭାଗ ନେଇଥିବା ବେଳେ କୋରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିଥିଲେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ । ଏସପି ବିକାଶ ଚନ୍ଦ୍ର ଦାଶ ଏବଂ ଜିଲ୍ଲା ପ୍ରଶାସନର ବହୁ ବରିଷ୍ଠ ଅଧିକାରୀଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.