ବୌଦ୍ଧ, (କେପିଏନ୍ଏସ୍) : ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀଙ୍କ ନାମରେ ନାମିତ ପଞ୍ଚମ ରାଜ୍ୟ ସ୍ତରୀୟ ମାଁ ଭୈରବୀ ମହୋତ୍ସବ ତୃତୀୟ ଦିବସରେ ମାଁ ଭୈରବୀ ସାଂସ୍କୃତିକ ପରିଷଦ । ପୁରୁଣା କଟକ ଦ୍ୱାରା ମିନି ଷ୍ଟାଡିୟମ ପୁରୁଣା କଟକଠାରେ ତୃତୀୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି । ମାଁ ଙ୍କ ସନ୍ଧ୍ୟା ଆଳତି ଶ୍ରଦ୍ଧାଳୁ ଭକ୍ତ ଓ ମହୋତ୍ସବ ପ୍ରେମୀଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା । ଆଳତି ପରେ ତୃତୀୟ ସନ୍ଧ୍ୟାର ଅତିଥିଭାବେ ହରଭଙ୍ଗା ପଂଚାୟତ ସମିତି ଅଧ୍ୟାକ୍ଷା ସ୍ନେହଲତା ପ୍ରଧାନ, ପୁରୁଣା କଟକ ରେଞ୍ଜ ଅଧିକାରୀ ତଥା ଏ ସି ଏଫ ଜୟନ୍ତ କୁମାର ଦାସ, ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ଓଡିଶା ଡ୍ରାଇଭର ମହାସଂଘ ଅଧ୍ୟକ୍ଷ ପ୍ରଶାନ୍ତ ମେଣ୍ଡୁଳି ଉପସ୍ଥିତ ରହିଥିବାବେଳେ ମହୋତ୍ସବ କମିଟି ପକ୍ଷରୁ ଅତିଥିଗଣଙ୍କୁ ସ୍ୱାଗତ, ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ତୃତୀୟ ସନ୍ଧ୍ୟାରୁ ଉଦଯାପନୀ ଦିବସ ପର୍ଯ୍ୟନ୍ତ ଏହି ମଞ୍ଚରେ ସିନେ ଅଭିନେତ୍ରୀ, ଅଭିନେତ୍ରୀ, ବରିଷ୍ଠ ବିଶିଷ୍ଟ କଣ୍ଠଶିଳ୍ପୀ, ରାଜ୍ୟ ଓ ରାଜ୍ୟ ବାହାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ପଶ୍ଚିମ ଓଡ଼ିଶାର କଳା ସଂସ୍କୃତି ସମ୍ବଲପୁରୀ ନୃତ୍ୟ ଓ ଗୀତ ଦର୍ଶକଙ୍କୁ ବିଭୋର କରିବ । ଆଜି ତୃତୀୟ ସନ୍ଧ୍ୟାରେ ଅଭିନେତ୍ରୀ ମାମା, ସମ୍ବଲପୁରୀ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଶାଶ୍ୱତ ତ୍ରିପାଠୀ, ସମ୍ବଲପୁରୀ କମେଡି ଟିଙ୍କୁ ଟିଙ୍ଗାଲୁ ଓ ମିଲିଙ୍କ ସମ୍ବଲପୁରୀ କମେଡି, ନଟରାଜ ଏକାଡେମୀ, କଟକ, ହାଇସ୍କୁଲ ତିଲେଶ୍ୱର-ଦ୍ୱାରା ଜାତିଭେଦ ସଚେତନତା, ୟୁ ପି ସ୍କୁଲ ଚାରିଛକ-ସର୍ଗି ଫୁଲ, ଖରସଂକୁଲୋଇ-ସମ୍ବଲପୁରୀ ରିମିକ୍ସ, କମଳପୁର-ସମ୍ବଲପୁରୀ ଫୋକ, ସମେତ ବାଳିକା ହାଇସ୍କୁଲ ବଡ଼ବନ୍ଧ ଛାତ୍ରଛାତ୍ରୀ ଦ୍ୱାରା ନୃତ୍ୟ ଦର୍ଶକଙ୍କୁ ବେଶ ଆଦୃତ କରିଥିଲା । ହରଭଙ୍ଗା ବ୍ଲକରେ ହାଡ଼ ଭଙ୍ଗା ଜାଡ ହେଉଥିବାବେଳେ ମାଁ ଭୈରବୀ ମହୋତ୍ସବରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଦ୍ୱିତୀୟ ଦିବସରେ ମହୋତ୍ସବ ନେଇ କମିଟିର ସଭାପତି ଅଶୋକ ଅଗ୍ରୱାଲ, ଆବାହକ ସୁକାନ୍ତ ପଟ୍ଟନାୟକ, ଉପ ସଭାପତି- ଅକ୍ରୁର ସେଠି, ସମ୍ପାଦକ ଅଶୋକ ସେଠି, ସମେତ ମହୋତ୍ସବ କମିଟି, ଭୈରବୀ କ୍ଲବ, ପୋଲିସ ପ୍ରଶାସନ, ଡ୍ରାଇଭର ସଂଘ ଭିଡକୁ ନେଇ ଶାନ୍ତି ଶୃଙ୍ଖଳା ସହିତ ସହଯୋଗ କରିଥିଲେ ।