pakka

ତେତେଲପଡା ଗାଁରେ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ : ଉଦଘାଟନୀ ମ୍ୟାଚରେ ଝଲପ ଓ ସାନମୁଲା ବିଜୟୀ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ତେତେଲପଡା ଗାଁର ପୋଢ଼ଖାଇ ଖେଳ ପଡିଆଠାରେ ଆଜି ଠାରୁ ୩ୟ ବର୍ଷ ଜୟ ରାକାମ ବୁଢା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଗ୍ରାମ ଦେବୀ ମାଁ ବସ୍ତ୍ରେନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଖେଳ ଆରମ୍ଭ ହୋଇଥିଲା । ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗନ୍ଧରାବନ୍ଧ ପଞ୍ଚାୟତ ସରପଞ୍ଚ ଭଗବାନ ଦାସ ଛୁରା, ତେତେଲପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡୋଳାଚନ୍ଦ୍ର ବେହେରା, ପୂର୍ବତନ ଚୁଲିଫୁଙ୍କା ସମିତି ସଭ୍ୟ ଅନୀଲ ମାଝୀ, ସମାଜକର୍ମୀ ତେଜରାଜ ଯୋଶୀ, ପୂର୍ବତନ କପିଲାଭଟା ସରପଞ୍ଚ ନେତ୍ରାନନ୍ଦ ସଗରିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଉଦଘାଟନୀ ମ୍ୟାଚରେ ପ୍ରଥମ ରାଉଣ୍ଡରେ ଝଲପ ଓ ଜଏରପଡ଼ା ଦଳ ମଧ୍ୟରେ ଖେଳ ହୋଇଥିବା ବେଳେ ଏଥିରେ ଝଲପ ଦଳ ବିଜୟୀ ହୋଇଥିଲା । ଦ୍ଵିତୀୟ ରାଉଣ୍ଡରେ ସାନମୁଲା ଓ ବଡଗମଡା ଦଳ ମଧ୍ୟରେରେ ହୋଇଥିବା ବେଳେ ସାନମୂଳା ଦଳ ବିଜୟୀ ହୋଇଥିଲା । ରେଫରି ଦୁଷ୍ମନ୍ତ ସାହୁ ଖେଳ ପରିଚାଲନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା ଓ ବୁଲୁ ମାଝୀ ସହଯୋଗ କରିଥିଲେ । ଆୟୋଜକ କମିଟିର ସଭାପତି ଦିବ୍ୟ ସଗରିଆ, ଉପ ସଭାପତି ସୁରେନ୍ଦ୍ର ବଛା, ସମ୍ପାଦକ ଅକୁର ସଗରିଆ, ଯୁଗ୍ମ ସମ୍ପାଦକ ହଜାରୁ ସଗରିଆ, କୋଷାଧ୍ୟକ୍ଷ ଲକ୍ଷ ସଗରିଆ, ଡିସେମ ସଗରିଆ, ସଚିନ ସଗରିଆ, ପୂର୍ଣ୍ଣ ସଗରିଆ, ମଣ୍ଟୁ ସଗରିଆ, ଫକୀର ସଗରିଆ ପ୍ରମୁଖ ସହ ଯୋଗ କରିଥିଲେ । ଆସନ୍ତା ୨୩ ତାରିଖ ଦିନ ଫାଇନାଲ୍ ମ୍ୟାଚ ଖେଳାଯିବ ବୋଲି ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

seventeen − 4 =

error: Content is protected !!