ବରପାଲିରେ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ବରପାଲି, (ସତ୍ୟ ନାରାୟଣ ପ୍ରଧାନ) : ବରପାଲି ଗଙ୍ଗାଧର କଲ୍ୟାଣ ମଣ୍ଡପଠାରେ ଓଡ଼ିଆ ସାହିତ୍ୟ ଏକାଡେମୀ ଓ ଗଙ୍ଗାଧର ମେହେର କ୍ଲବ ବରପାଲିର ମିଳିତ ସହଯୋଗରେ ରାଜ୍ୟସ୍ତରୀୟ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୨ତମ ଜୟନ୍ତୀ ଉତ୍ସବ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ରାଜ୍ୟ ହସ୍ତଶିଳ୍ପ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ ଯୋଗଦେଇ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବରପାଲି ନଗରପାଲ ଦୀନେଶ ଗହୀର, ବିଶିଷ୍ଟ ସାହିତ୍ୟିକ ମେଜର ଚିନ୍ତାମଣି ଭାରତୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଡ. ଶୁକମୁନି ମେହେର, ସୁସାହିତ୍ୟିକ ଡ. କୃଷ୍ଣକେଶବ ଷଡ଼ଙ୍ଗୀ ମେହେର ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଗଙ୍ଗାଧର ମେହେର କ୍ଲବ ସଭାପତି ଡାକ୍ତର ଘନଶ୍ୟାମ ପାଣିଗ୍ରାହୀ ସଭାରେ ସଭାପତିତ୍ୱ କରିଥିଲେ ।

Leave A Reply

Your email address will not be published.

three × 3 =

error: Content is protected !!