
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକର ବେରବୋଇ ଗାନ୍ଧୀ ପୀଠ ପରିସରରେ ଗାନ୍ଧୀ ସ୍ମାରକୀ ସମିତି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି ତଥା ଶିକ୍ଷାବିତ୍ କୁନ୍ତଳା କୁମାରୀ ବିଶ୍ୱାଳ, ସମିତିର ଉପସଭାପତି ସନ୍ତୋଷ ବିଶ୍ୱାଳ,କୋଷାଧ୍ୟକ୍ଷ ଭାଗୀରଥି ପରିଡା, ସ୍ମାରକୀ ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ, କୃଷକନେତା ଅଶୋକ ପ୍ରଧାନ, ମହିଳା ନେତ୍ରୀ ସନ୍ଧ୍ୟାବତୀ ପ୍ରଧାନ, କସ୍ତୁରବା ସଂଚାଳିକା କବିତା ରାଣୀ ପରିଡା, ଅନାମ ଚରଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସର୍ବଧର୍ମ ପ୍ରାର୍ଥନା ଓ ରାମଧୂନ ଗାନ କରାଯାଇ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସୁତ୍ର ଓ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଉପସ୍ଥିତ ଥିବା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଗାନ୍ଧୀଙ୍କ ଜୀବନୀ ଓ ଦର୍ଶନୀ ଉପରେ ଆଲୋକପାତ କରିଥିଲେ ।