csstore

ମହାଲିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା : ଝରଣୀ ଗାଁକୁ ଆସି ମମିତାର ପରିବାରକୁ ଭେଟିଲେ ଜାତୀୟ ଏବଂ ରାଜ୍ୟ କଂଗ୍ରେସ ପ୍ରତିନିଧି

  • ଦୋଷୀକୁ ଦଣ୍ଡ ଦେବା ସହ ରାଜ୍ୟ ଗୃହମନ୍ତ୍ରୀ ଓ ସଂଶ୍ଲିଷ୍ଟ ଥିବା ଅନ୍ୟମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ଦାବୀ
  • ଦୋଷୀଙ୍କୁ ଘଂଟ ଘଡାଉଥିବା ଓଡିଶା ସରକାରଙ୍କୁ କଲେ ତୀବ୍ର ନିନ୍ଦା
  • ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବା ସହ ଗୃହ ରାଷ୍ଠ୍ର ମନ୍ତ୍ରୀଙ୍କ ଇସ୍ତାଫା ଦାବୀ, ଅନ୍ୟ ଅଭିଯୁକ୍ତକୁ କଠୋର ଦଣ୍ଡ

କଂଟାବାଂଜି, (ମନୀଷ କୁମାର ହଂସ) : ବହୁ ଚର୍ଚ୍ଚିତ ମହାଲିଙ୍ଗ ଘରୋଇ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ଗ୍ରାମ ଝରଣୀକୁ ରବିବାର ଜାତୀୟ କଂଗ୍ରେସ ମହିଳା ସଭାନେତ୍ରୀ ନୀତା ଡି. ସୌଜା, ରାଜ୍ୟ ମହିଳା ସଭାନେତ୍ରୀ ବନ୍ଦିତା ମିଶ୍ର, ପ୍ରଦେଶ କଂଗ୍ରେସ ସାଧାରଣ ସଂପାଦକ ସମରେନ୍ଦ୍ର ମିଶ୍ର, ସଂପାଦକ ମୁକେଶ ଜୈନ, ଛାତ୍ର କଂଗ୍ରେସ ସଭାପତି ଅଂକିତ ସାହୁ, ଆଇ.ଏନ.ଟି.ୟୁ.ସି. ସଭାପତି ଅଭିମନ୍ୟୁ ବାଗ, କୃଷକ ମୋର୍ଚ୍ଚା ଜିଲ୍ଲା କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଯୁବ ନେତା ସେଜି ସାଲୁଜା ସହ ମୁରିବାହାଲ, ବଂଗୋମୁଣ୍ଡା, ତୁରେକେଲା ବ୍ଲକ ଓ କଂଟାବାଂଜି ଏନ.ଏ.ସି.ର କଂଗ୍ରେସ କର୍ମକର୍ତା ଯାଇ ମମିତାର ପିତା ମାତା ତଥା ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ଏପରିକି ଦୋଷୀକୁ କଠୋର ଦଣ୍ଡ ମିଳିବା ସହିତ ନିରପେକ୍ଷ ତଦନ୍ତ ପାଇଁ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ଓଡିଶା ସରକାର ବରଖାସ୍ତ କରିବା ଉଚିତ ବୋଲି ଦାବୀ କରି ଏକ ଶୋଭାଯାତ୍ରାରେ ବାହାରିଥିଲେ ।

ମମିତାର ପିତାଙ୍କ ପ୍ରତିକ୍ରିୟା ନେବାରୁ ସେ ମମିତାର ଶବ ପାଉଁଶ ଆଣି ତାର ଶୁଦ୍ଧିକ୍ରିୟା କରିବା୍‌ ପାଇଁ କହିଛନ୍ତି । ଏପରିକି କଂଗ୍ରେସ ପ୍ରତିନିଧିଦଳ ମମିତାର ପିତାମାତାଙ୍କ ସହ ସାକ୍ଷାତ ବେଳେ କୌଣସି ଗଣ ମାଧ୍ୟମକୁ ଭିତରକୁ ଯିବାକୁ ଅନୁମତି ମିଳି ନ ଥିବା ବେଳେ ପରେ କଂଗ୍ରେସ ସଭାନେତ୍ରୀ ଡି.ସୌଜା ତାଙ୍କ ପ୍ରତିକ୍ରିୟାରେ ହତ୍ୟାକାରୀ ଗୋବିନ୍ଦ ସାହୁର କଠୋର ଦଣ୍ଡ ପାଇଁ ଫାଷ୍ଟଟ୍ରାକ କୋର୍ଟରେ ବିଚାର କରିବା ପାଇଁ ଦାବୀ କରିବା ସହିତ ସହଯୋଗୀ ମାନଙ୍କୁ ମଧ୍ୟ ଉଚିତ ଦଣ୍ଡ ବିଧାନ ହେବା ଦାବୀ କରିଛନ୍ତି । ପୁଣି ମହାଲିଙ୍ଗ ମହାବିଦ୍ୟାଳୟକୁ ତୁରନ୍ତ ସରକାର ସିଜ୍‌ କରି ଅନ୍ୟ ଗୁପ୍ତ ରହସ୍ୟ ପର୍ଦ୍ଦାଫାସ କରନ୍ତୁ ବୋଲି କହିଛନ୍ତି ।

jayashree
Leave A Reply

Your email address will not be published.