csstore

ଭାରତୀୟ ଜନତା ପାର୍ଟି ଓ ସଖୀ ଫାଉଣ୍ଡେସନ ତରଫରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ ଓ ବୃକ୍ଷରୋପଣ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିବସ ଅବସରରେ ଛତ୍ରପୁର ସ୍ଥିତ ବାଲିବଗଡ ଠାରେ ଅବସ୍ଥିତ ସମର୍ଥ ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ବୃକ୍ଷଚାରା ରୋପଣ କରାଯାଇଛି । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତ୍ରୀ ତଥା ସଖୀ ଫାଉଣ୍ଡେସନ ବ୍ରହ୍ମପୁରର ପ୍ରତିଷ୍ଠାତା ସ୍ୱିଟି ସାହୁଙ୍କ ପ୍ରଚେଷ୍ଟାରେ “ଏକ ପେଡ ମା କେ ନାମ ୨.୦” ମାଧ୍ୟମରେ ବୃକ୍ଷ ରୋପଣ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମ୍ମାନ, ଅନ୍ନ ପ୍ରସାଦ ବିତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଭଗବାନ ବେହେରା, ଭାରତୀୟ ଜନତା ପାର୍ଟିର ରାଜ୍ୟ ସଂଯୋଜକ ତ୍ରିଦେବ ରେଡ୍ଡୀ, ସମାଜସେବୀ କାମରାଜୁ ରେଡ୍ଡୀ, ଶ୍ରୀନିବାସ,ସମର୍ଥ ଅନୁଷ୍ଠାନର ଶିକ୍ଷକ ଶଙ୍କର ମହାନ୍ତି, ରାଜେଶ୍ଵରୀ, ସଖୀ ଫାଉଣ୍ଡେସନର ସଦସ୍ୟା କାଜଲ କିନ୍ନର, ଛବି କିନ୍ନର, ରେଶ୍ମା କିନ୍ନର ଏବଂ ଅନ୍ୟ ଅତିଥି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.