csstore

ଆଦାନୀ ଗୋପାଳପୁର ବନ୍ଦର ପକ୍ଷରୁ ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦରର ମୁହାଣ ଖନନ କାର୍ଯ୍ୟ ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦରର ମତ୍ସ୍ୟଜୀବୀମାନଙ୍କ ଦୀର୍ଘ ଦିନର ସଂଘର୍ଷ ବାସ୍ତବରେ ପରିଣତ ହୋଇଛି । ମତ୍ସ୍ୟଜୀବୀମାନଙ୍କ ଡଙ୍ଗାର ଯାତାୟତ ପାଇଁ ଆଜି ଆଦାନୀ ଗୋପାଳପୁର ବନ୍ଦର ପକ୍ଷରୁ ଅତ୍ୟାଧୁନିକ ଡ୍ରେଜିଂ ମେସିନ ସ୍ଥାପନା ସହ ମୁହାଣ ଖନନ କାର୍ଯ୍ୟ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି । ଏହି ଆଧୁନିକ ଡ୍ରେଜିଂ ମେସିନ ସହଯୋଗରେ ମୁହାଣକୁ ଗଭୀର ସହ ପ୍ରସସ୍ଥ କରାଯିବ । ଏହି ଡ୍ରେଜିଂ ବାଲିକୁ ସମୁଦ୍ର କୂଳ ଲଙ୍ଘୁଥିବା ସ୍ଥାନରେ ବ୍ୟବହାର କରାଯିବ । ଏହି ପଦକ୍ଷେପ ଫଳରେ ମତ୍ସ୍ୟଜୀବୀମାନଙ୍କ ସମୁଦ୍ର ପଥ ସୁଗମ ହେବା ସହ ତାଙ୍କର ଜୀବନଜୀବିକାକୁ ଏକ ନୂଆ ଶକ୍ତି ମିଳିବ । ଏହି ମୁହାଣ ବାଲି ଦ୍ୱାରା ପୋତି ହୋଇଯାଉଥିବାରୁ ହଜାର ହଜାର ମତ୍ସ୍ୟଜୀବୀ ମାଛ ମାରିବାକୁ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ, ଯାହା ମତ୍ସ୍ୟଜୀବୀମାନଙ୍କ ଜୀବନଜୀବିକା ଉପରେ ବିଶେଷ ପ୍ରଭାବ ପକାଉଥିଲା । ଆର୍ଯ୍ୟପଲ୍ଲୀ ମାଛଧରା ଜେଟିରେ ଆୟୋଜିତ ଆଜି ଏକ ଉଦଘାଟନ ଅବଶରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଗୋପାଳପୁର ବନ୍ଦର ବିଜନେସ ମୁଖ୍ୟ ପ୍ରଶାନ୍ତ କୁମାର ପାତ୍ର, ଭକ୍ତବନ୍ଧୁ ଶତପଥୀ, ସ୍ଥାନୀୟ ବହୁ ମତ୍ସ୍ୟଜୀବୀ ନେତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ଆର୍ଯ୍ୟପଲ୍ଲୀ ମାଛଧରା ବନ୍ଦର ହେଉଛି, ଏହି ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବୀମାନଙ୍କ ଏକ ଜୀବନରେଖା ଏବଂ ଅନେକ ଦିନରୁ ମୁହାଣ ଖନନ ପାଇଁ ଦାବି ହେଇଆସୁଥିଲେ ମଧ୍ୟ ଖନନ କାର୍ଯ୍ୟ ହେଇପାରୁନଥିଲା । ଆମେ ଧନ୍ୟବାଦ ଦେବୁ ଆଦାନୀ ଗ୍ରୁପ ତଥା ଗୋପାଳପୁର ବନ୍ଦର କତ୍‌ର୍ତ୍ତୃପକ୍ଷଙ୍କୁ ଆଜି ଏହି ଡ୍ରେଜିଂ ମେସିନ ସ୍ଥାପନା ସହ ମୁହାଣ ଖନନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହା କେବଳ ଏକ ଡ୍ରେଜିଂ ନୁହେଁ ଏହା ଆମ ଜୀବିକାର ସୁରକ୍ଷା ତଥା ବନ୍ଦର ଏବଂ ସ୍ଥାନୀୟ ସମୁଦାୟର ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାର ପ୍ରତୀକ ଅଟେ ବୋଲି ଜଣେ ମତ୍ସ୍ୟଜୀବୀ କହିଛନ୍ତି ।

jayashree
Leave A Reply

Your email address will not be published.