p purohi

ଅନ୍ଧାରରେ ଘୁନେସ ଆର ଆଇ କାର୍ଯ୍ୟାଳୟ : ଜନସାଧାରଣ ହଇରାଣ

dr. purohit

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଘୁନେସ ପଂଚାୟତର ରାଜସ୍ୱ କାର୍ଯ୍ୟାଳୟ ଅନ୍ଧାରରେ କାର୍ଯ୍ୟ ଚାଳିଥିବା ଅଭିଯୋଗ ସାମ୍ନାକୁ ଆସିଛି ।
ତେବେ ଲୋକେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ଅଫିସକୁ ଯାଇ ଲମ୍ବା ଲାଇନରେ ହୋଇ ଛିଡା ହେଉଛନ୍ତି ଆଉ ଗୋଟେ ପଟେ ଗ୍ରୀଷ୍ମ ପ୍ରବାହର ଉତପ୍ତ ଝାଂଜି ତା ସହ ଫ୍ୟାନଟେ ମଧ୍ୟ ବୁଲୁ ନାହିଁ କି ମୁଣ୍ଡ ଉପରେ ବାହାର ପରିସରରେ ଛାତ ଟିଏ ମଧ୍ୟ ନାହିଁ । କାର୍ଯ୍ୟାଳୟ ଭିତରେ ଦିନ ବେଳେ ଲାଇଟ ନ ଥିବାରୁ ଅନ୍ଧାରରେ ବସି କର୍ମଚାରୀ ମୋନେ କାମ କରୁଥିବା ଜଣାପଡ଼ିଛି । ଏହି କାର୍ଯ୍ୟାଳୟ ନିର୍ମ।ଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ପରେ ମଧ୍ୟ, ତଥାପି ଲାଇଟ ସଂଯୋଗ ନ ହେବା ଏହା ଏକ ଦୁଃଖଦ ଘଟଣା ଅଟେ, ଲୋକେ ଉକ୍ତ କାର୍ଯ୍ୟାଳୟକୁ ଯାଇ ହୋଉନଥିବା ସମସ୍ୟାର ସମ୍ମୁଖୀନ ହେଉଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି, ସେପଟେ ବିଦ୍ୟୁତ ବିଭାଗ ଅଧିକାରୀ ସଞ୍ଜୟ ତିର୍କୀଙ୍କୁ ପଚାରିବାରୁ ବିଭାଗୀୟ ଆର ଆଇ ଆମକୁ ବିଦ୍ୟୁତ ସେବା ପାଇଁ ରିକ୍ୟୁଜିସନ ଦେଲେ ବିଦ୍ୟୁତ ସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

nrusinghnath
Leave A Reply

Your email address will not be published.