jayashree

ସାତ ଦଫା ଦାବି ନେଇ ବିଜେଡିର ବିଶାଳ ଜନଆନ୍ଦୋଳନ : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ସାଧାରଣ ଜନତାଙ୍କ ସ୍ୱାର୍ଥ ସହ ଜଡିତ ବିଦ୍ୟୁତ ସମସ୍ୟା ଓ ଉପଭୋକ୍ତାଙ୍କ ଦୁର୍ଦ୍ଦଶାକୁ ନେଇ ପୂର୍ବତନ ବିଧାୟକ ସରୋଜ ମେହେରଙ୍କ ନେତୃତ୍ୱରେ ହଜାର ହଜାର ବିଜୁ ଜନତା ଦଳର କର୍ମୀ ଓ ସମର୍ଥକମାନେ ଏକ ବିଶାଳ ରାଲି ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସାତ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିପତ୍ରରେ ସ୍ମାର୍ଟ ମିଟର ବ୍ୟବସ୍ଥାକୁ ତୁରନ୍ତ ବନ୍ଦ କରିବା, ପୁରୁଣା ବକେୟା ବିଦ୍ୟୁତ ବିଲ ଆଦାୟ ପ୍ରକ୍ରିୟାକୁ ରଦ୍ଦ କରିବା, ଘଣ୍ଟା ଘଣ୍ଟା ଧରି ଚାଲୁଥିବା ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ ସେବା ଯୋଗାଇବା ସହିତ ଅନ୍ୟାନ୍ୟ ଜନସ୍ୱାର୍ଥ ସମ୍ବଳିତ ଦାବିଗୁଡ଼ିକ ସ୍ଥାନ ପାଇଛି । ଏହି ଅବସରରେ ପୂର୍ବତନ ବିଧାୟକ ସରୋଜ ମେହେର କହିଥିଲେ ଯେ, ବର୍ତ୍ତମାନ ବିଦ୍ୟୁତ ବ୍ୟବସ୍ଥାକୁ ନେଇ ସାଧାରଣ ଲୋକ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସରକାର ତୁରନ୍ତ ଜନସାଧାରଣଙ୍କ ଦାବି ପ୍ରତି ଗୁରୁତ୍ୱ ଦେଇ ସମାଧାନର ପଦକ୍ଷେପ ନନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ସଂଖ୍ୟାରେ ବିଜେଡି କର୍ମୀ, ନେତୃବୃନ୍ଦ ଓ ସାଧାରଣ ଜନତା ଉପସ୍ଥିତ ରହି ଦାବିଗୁଡ଼ିକ ପ୍ରତି ସମର୍ଥନ ଜଣାଇଥିଲେ ।

Leave A Reply

Your email address will not be published.