om academy

ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା, ମଝି ରାସ୍ତାରେ ଜଳିଗଲା ଗାଡ଼ି

jsm

ବାରଙ୍ଗ : ସିମେଣ୍ଟ ବୋଝେଇ ଟ୍ରକକୁ ପିଟିଲା ହାଇୱା । ଦୁର୍ଘଟଣା ପରେ ହାଇୱାରେ ଲାଗିଲା ନିଆଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଦୁର୍ଘଟଣା ହାଇୱା ପଟିଆରୁ ନନ୍ଦନକାନନ ଯିବା ମଝିରେ ଘଟିଛି । ସୂଚନା ମୁତାବକ, ଏକ ସିମେଣ୍ଟ ବୋଝେଇ ଗାଡ଼ି ପଟିଆରୁ ନନ୍ଦନକାନନ ଅଭିମୁଖେ ଯାଉଥିବା ବେଳେ କଳାରାହାଙ୍ଗ କଟିଂ ପାଖରେ ଦୁର୍ଘଟଣାର ଶିକାର ହୋଇଛି । କଟିଂ ସମୟରେ ଆଉ ଗୋଟିଏ ହାଇୱା ଦୃତ ଗତିରେ ମାଡ଼ ହେବାରୁ ସେଠାରେ ବିସ୍ଫୋରଣ ହୋଇଥିଲା ଏବଂ ଟ୍ରକ୍ ଚାରିପଟେ ନିଆଁ ବ୍ୟାପୀ ଯାଇଥିଲା । କିନ୍ତୁ ଘଟଣା ସ୍ଥଳରୁ ଦୁର୍ଘଟଣା ଘଟାଇଥିବା ଗାଡ଼ି ଫେରାର ହୋଇଯାଇଛି ଓ ଏଥିରେ କେହି ଆହତ ହୋଇ ନଥିବା ସୂଚନା ମିଳିଛି । ଘଟଣା ପରେ ପରିସ୍ଥିତି ଆୟତ ପାଇଁ ଦୁଇଟି ପିସିଆର ମୁତୟନ ଥିଲେ ।

Leave A Reply

Your email address will not be published.