mahavir

ଆଇ.ଆର୍.ଇ.ଏଲ୍.ପକ୍ଷରୁ ବଡ଼-ଆର୍ଯିପଲ୍ଲୀ ଠାକୁରାଣୀ ଯାତ୍ରାରେ ଜଳଛତ୍ର କେନ୍ଦ୍ର ଖୋଲିଲା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିରଳ ମୂର୍ତ୍ତିକା ପ୍ରତିଷ୍ଠାନ ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ସୌଜନ୍ୟରେ ବଡ଼-ଆର୍ଯିପଲ୍ଲୀ ଗ୍ରାମର
ଠାକୁରାଣୀ ଯାତ୍ରା ଅବସରରେ ଗୁରୁବାର ଜଳଛତ୍ର କେନ୍ଦ୍ର ଖୋଲାଯାଇଥିଲା । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଓ ସ୍କୋମ୍ ହେଡ୍ ତଥା ଚିଫ୍ ଜେନେରାଲ ମ୍ୟାନେଜର ସି.ଭି.ଆର୍. ମୂର୍ତ୍ତିଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ଜଳଛତ୍ର କେନ୍ଦ୍ର କାଉଣ୍ଟରରେ ତରଭୁଜ, ଚହ୍ଲାପଣା, ମିନେରାଲ ୱାଟର ଆଦି ପ୍ରାୟତଃ ୩ ହଜାର ସଂଖ୍ୟାର ଜନତାଙ୍କୁ ବଣ୍ଟନ କରାଯାଇଛି । ଆଇ.ଆର୍.ଇ.ଏଲ୍. (ଇଣ୍ଡିଆ) ଜେନେରାଲ ମ୍ୟାନେଜର (ଅର୍ଥ ବିଭାଗ) ଜଗଦାନନ୍ଦ ନାୟକ ଏହି ଜଳଛତ୍ର କେନ୍ଦ୍ରର ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଡିଜିଏମ୍ ପ୍ରକଳ୍ପ ଏବଂ ରିସୋର୍ସ, ସିଏସଆର୍ ମୁଖ୍ୟ ଶ୍ୟାମସୁନ୍ଦର ମଲ୍ଲିକ, ସିଏସଆର୍ ବରିଷ୍ଠ ପ୍ରବନ୍ଧକ ଦୀପକ୍ ମିଶ୍ର ପ୍ରମୁଖଙ୍କ ସମେତ ପ୍ରତିଷ୍ଠାନର ସହଯୋଗୀ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ବଡ଼-ଆର୍ଯିପଲ୍ଲୀ ଗ୍ରାମର ଆରାଧ୍ୟ ଦେବୀ ମା’ ପୋଲମ୍ମା ଠାକୁରାଣୀ ଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ବହୁ ଜନଗହଳି ଲାଗି ରହିଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଅଗଣିତ ଯାତ୍ରା ଦର୍ଶକ ଦୂର ଦୂରାନ୍ତରୁ ଆସୁଥିବା ବହୁ ସଂଖ୍ୟାରେ ଯାତ୍ରାପ୍ରେମୀ ମାନଙ୍କ ଅଂଶୁଘାତ ଜନିତ ଏବଂ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତରୁ ମୁକ୍ତି ପାଇବା ନିମନ୍ତେ ଏହି ଜଳଛତ୍ର କେନ୍ଦ୍ର ଖୋଲାଯାଇ ତହିଁରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ସାଂଗକୁ ବହୁ ପରିମାଣରେ ତରଭୁଜ, ଚହ୍ଲାପଣା, ଆଦି ବଣ୍ଟନ କରାଯାଇଥିଲା । ଆଇ.ଆର୍.ଇ.ଏଲ୍. ତରଫରୁ ଏହି ବ୍ୟାପକ ବ୍ୟବସ୍ଥାପନା ଏବଂ ବିତରଣ କରାଯାଇଥିବା ନେଇ ବଡ଼-ଆର୍ଯିପଲ୍ଲୀ ଗ୍ରାମବାସୀ ଖୁସିବ୍ୟକ୍ତ କରି ଆଇ.ଆର୍.ଇ.ଏଲ୍. ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କୁ ସାଧୁବାଦ ଜଣାଇଛନ୍ତି । ଏପରିକି ବଡ଼-ଆର୍ଯିପଲ୍ଲୀ ଠାକୁରାଣୀ ଯାତ୍ରା କମିଟି ପକ୍ଷରୁ ମଧ୍ୟ ଆଇ.ଆର୍.ଇ.ଏଲ୍. କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.