
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ପଲ୍ଲୀଶ୍ରୀ ଉଚ୍ଚ ବିଦ୍ୟାଳୟ ବୁଡେନର ହିନ୍ଦୀ ଶିକ୍ଷକ ପ୍ରଫୁଲ୍ଲ ଶ୍ରୀଦାରଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ଗତ କାଲି ସ୍କୁଲ ପରିସର ମଧ୍ୟରେ ଏକ ଭାବ ବିହ୍ୱଳ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତିତ୍ୱ କରିଥିଲେ ଡ. ଶ୍ରୀକାନ୍ତ ପାଣିଗ୍ରାହୀ, ପୂର୍ବତନ ଛାତ୍ର ସଂସଦର ସଭାପତି ପଞ୍ଚାନନ ପଣ୍ଡା, ଶିକ୍ଷାବିତ ହେମନ୍ତ ସାହୁ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଦୀପ ସାହୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଧାନ ଶିକ୍ଷକ ସୁକାନ୍ତ ସାହୁ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭା ପ୍ରାରମ୍ଭରୁ ପ୍ରଥମେ ଶ୍ରୀ ଗଣେଶ ଓ ମା’ ସିଦ୍ଧିଦାତ୍ରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା । ତିନିଜଣ ପୂର୍ବତନ ଛାତ୍ରୀ ପ୍ରାଚୀ ରାଣୀ ପଣ୍ତା, ପ୍ରିୟଙ୍କା ବେହେରା ଓ ପ୍ରିତିମୟୀ ପଣ୍ଡା ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ସଭାରେ ହିନ୍ଦୀ ଶିକ୍ଷକ ଶ୍ରୀଦାରଙ୍କ ସ୍କୁଲ ପ୍ରତି ନିଷ୍ଠା ତଥା ଉତ୍ସର୍ଗୀକୃତ ମନୋଭାବକୁ ଉଚ୍ଚ ପ୍ରଶଂସା କରାଯାଇଥିଲା । ଶ୍ରୀଦାରଙ୍କ ବିଦାୟୀ ଅଭିଭାଷଣ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି କରିଥିଲା । ସ୍ମୃତି ସ୍ୱରୂପ ହିନ୍ଦୀ ଶିକ୍ଷକ ଏକ ଷ୍ଟିଲ ନିର୍ମିତ ପୋଡିଅମ ସ୍କୁଲକୁ ଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅକ୍ଷୟ ସାହୁ ଓ ଦେବରାଜ ପଣ୍ଡା ସହଯୋଗ କରିଥିଲେ । ସଭା ପରିଚାଳନା କରିଥିଲେ ଗଣିତ ଶିକ୍ଷକ କେଶବ ଚନ୍ଦ୍ର ମେହେର । ସଂସ୍କୃତ ଶିକ୍ଷୟିତ୍ରୀ ନିରୁପମା ବାଗ ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରୀମାନେ ବିଦାୟ ସଙ୍ଗୀତ ଗାନ କରିଥିଲେ ଓ ଶେଷରେ ସମସ୍ତ କର୍ମଚାରୀ, ପରିଚାଳନା କମିଟି ସଦସ୍ୟମାନେ ଶ୍ରୀଦାର ସାରଙ୍କୁ ତାଙ୍କର ଲଖମରା ସ୍ଥିତ ବାସଭବନ ପର୍ଯ୍ୟନ୍ତ ପାଛୋଡ଼ି ନେଇଥିଲେ ।