csstore

ପାଣି ଅଭାବ ଯୋଗୁଁ ନୁହେଁ ପରିଚାଳନାଗତ ତୃଟି ଯୋଗୁଁ ବଡ଼ବନ୍ଧକୁ ୪ମାସ ହେଲା ଜଳ ଯୋଗାଣ ବନ୍ଦ : ସାଧାରଣରେ ଅସନ୍ତୋଷ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତ କୌଣସି ପାହାଡ଼, ପର୍ବତ ଘେରା ଗାଁ ନୁହେଁ, ଖୋଦ ସୋନଗଡ଼ ନଦୀ କୂଳରେ ଅଛି । ହେଲେ ଗତ ୪ମାସ ହେଲା ଜଳ ଯୋଗାଣ ହେଉନାହିଁ ବୋଲି ଗାଁର ଲୋକମାନେ ଅଭିଯୋଗ କରିଛନ୍ତି । ୪ମାସ ହେଲା ପାଇପ ଯୋଗେ ପାଣି ନ ପାଇବା ବିଷୟରେ କନିଷ୍ଠ ଯନ୍ତ୍ରୀ ମୃତ୍ୟୁଞ୍ଜୟ ରାଉତଙ୍କୁ ପଚାରିବାରୁ ବଡ଼ବନ୍ଧ ଓ ସିକୁଆଁ ପଞ୍ଚାୟତକୁ ପାଣି ଯୋଗାଇବା ପାଇଁ ସିକୁଆଁ ସୋନଗଡ଼ ନଦୀକୂଳରେ ପମ୍ପ ବସାଯାଇଛି । ଏହି ଦୁଇଟି ପଞ୍ଚାୟତର ସରପଞ୍ଚ ପାଣି ଯୋଗାଣକୁ ନେଇ ପଟୁ ନାହାନ୍ତି । ବଡ଼ବନ୍ଧ ପଞ୍ଚାୟତ ବିଦ୍ୟୁତ ବିଲ ପଇଠ କରିବା ପାଇଁ ପଇସା ଦେଉ ନ ଥିଲେ । ବିଦ୍ୟୁତ ବିଲ ପଞ୍ଚାୟତ ନ ଦେଲେ କିପରି ପାଣି ଯୋଗାଣ ହେବ ହେବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ୪ମାସ ନୁହେଁ କମ ଦିନ ବୋଲି କହିଛନ୍ତି କହିଛିନ୍ତି ଶ୍ରୀ ରାଉତ । ଅନ୍ୟପକ୍ଷରେ ଜଳ ଯୋଗାଣରେ ବ୍ୟତିକ୍ରମକୁ ଗ୍ରହଣ କରୁ ନାହାନ୍ତି ବଡ଼ବନ୍ଧ ସରପଞ୍ଚ ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ । ସେମାନେ କହୁଛନ୍ତି ଯେ, ସିକୁଆଁରେ ପାଣି ଅଭାବ ଯୋଗୁଁ ଗତ ଏପ୍ରିଲ ମାସ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଯାଉଛି । କନିଷ୍ଠ ଯନ୍ତ୍ରୀ ବଡ଼ବନ୍ଧ ପଞ୍ଚାୟତର ବିଦ୍ୟୁତ ବିଲ ପଇଠକୁ ନେଇ ଜଳ ଯୋଗାଣରେ ଅନିୟମିତତା ବୋଲି କହୁଥିବା ବେଳେ ପଞ୍ଚାୟତ ପକ୍ଷରୁ ପାଣି ଅଭାବ ଯୋଗୁଁ ଯୋଗାଣରେ ବ୍ୟତିକ୍ରମ ହୋଇଥିବା ପୃଥକ ପୃଥକ କଥା କହୁଥିବାରୁ ପାଣି ଯୋଗାଇବାରେ ତଦାରଖରେ ଫେଲ ମାରୁଛି ବୋଲି ଜଣାପଡ଼ୁଛି । ଅନ୍ୟପକ୍ଷରେ ପାଣି ଯୋଗାଇବା ପାଇଁ ଟ୍ୟାଙ୍କର ନିଯୁକ୍ତି ପଞ୍ଚାୟତର ମୁଖ୍ୟ କାରଣ ବୋଲି କିଛି ଲୋକ ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ସୁଶୀଲ ଚାନ୍ଦ କହିଛନ୍ତି ଯେ, ଯେକୌଣସି ପ୍ରକାରରେ ଲୋକଙ୍କୁ ପାଣି ଯୋଗାଇବା ପଞ୍ଚାୟତର କର୍ତ୍ତବ୍ୟ । ଯଦି ପାଣି ଯୋଇବାରେ ପଞ୍ଚାୟତ ଅସମର୍ଥ ତାହା ହେଲେ ଲୋକମାନେ କାହାକୁ ଗୁହାରି କରିବେ ବୋଲି କହିଛନ୍ତି । ତେଣୁ ପାନୀୟ ଜଳ ଯୋଗାଣରେ ଅନିୟମିତତା ନ କରିବା ପାଇଁ ଲୋକମାନେ ଦାବୀ କରିଛନ୍ତି ।

jayashree
Leave A Reply

Your email address will not be published.