pakka

ବାଲିଗୁଡା ପୋଲିସଙ୍କୁ ବଡ ସଫଳତା : ୪ କୋଟିରୁ ଅଧିକ ଗଞ୍ଜେଇ ଜବତ

bbehera

ବାଲିଗୁଡା : ବାଲିଗୁଡା ପୋଲିସଙ୍କୁ ବଡ ସଫଳତା । ଗଦ୍ରଙ୍ଗିଆ ଘାଟି ନିକଟ ଇର୍ପିଗୁଡା ଜଙ୍ଗଲରୁ ୪କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ସହ ୫ଟି ଦେଶୀ ବନ୍ଧୁକ ଜବତ । ଜଙ୍ଗଲରେ ବିପୁଳ ପରିମାଣର ଗଞ୍ଜେଇ ଗଚ୍ଛିତ ରଖାଯାଇଥିବା ନେଇ ଖବର ପାଇବା ପରେ ଅଚାନକ ରେଡ୍‌ କରିଥିଲା ପୋଲିସ । ପୋଲିସ ଆସୁଥିବାର ଆଗୁଆ ସୂଚନା ପାଇ ମାଫିଆମାନେ ଫେରାଲ ହୋଇଯାଇଥିଲେ । ଖୁବ ଶୀଘ୍ର ଗଞ୍ଜେଇ ମାଫିଆଙ୍କୁ ଗିରଫ କରାଯିବା ନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ବାଲିଗୁଡା ଏସଡିପିଓ । ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କନ୍ଧମାଳ ଏସପିଙ୍କ ନିର୍ଦ୍ଦେଶରେ ବାଲିଗୁଡ଼ା ଅଞ୍ଚଳରେ ପୋଲିସ ପେଟ୍ରୋଲିଂ କଡାକଡି କରାଯାଇଛି ।

jay balangir
Leave A Reply

Your email address will not be published.

eleven − 8 =