pakka

ବିପୁଳ ପରିମାଣର ବ୍ରାଉନ୍‌ସୁଗାର ଜବତ

bbehera

ଝାରସୁଗୁଡ଼ା : ବିପୁଳ ପରିମାଣର ବ୍ରାଉନ୍‌ ସୁଗାର ଜବତ । ଝାରସୁଗୁଡ଼ା ତେଲିଭଟାରୁ ବିପୁଳ ପରିମାଣର ବ୍ରାଉନ୍‌ସୁାଗର ଜବତ ହୋଇଥିବା ଖବର ମିଳିଛି । ଏହାସହ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ । ବିଳମ୍ବିତ ରାତିରେ ଝାରସୁଗୁଡ଼ା ତେଲିଭଟାରେ ଚଢାଉ କରିଥିଲା ସଦର ଥାନା ପୋଲିସ । ଏହି ଚଢାଉରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି । ତେବେ ଅଟକ ଥିବା ଦୁଇଜଣ ସଂପର୍କରେ ସ୍ୱାମୀ-ସ୍ତ୍ରୀ ବୋଲି ସୂଚନା ରହିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ତେବେ ଏହି ବ୍ରାଉନସୁଗାର କାରବାରରେ କିଏ କିଏ ସାମିଲ ଅଛନ୍ତି । ସେନେଇ ପୋଲିସକୁ ସ୍ପଷ୍ଟ ସୂଚନା ମିଳିନାହିଁ । ପରେ ପୋଲିସ ପ୍ରେସମିଟ୍‌ ଜରିଆରେ ବ୍ରାଉନ୍‌ସୁଗାର ଜବତ ନେଇ ସବିଶେଷ ତଥ୍ୟ ଦେବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

one + eight =