ଆଗଲପୁର ବ୍ଲକରେ ଆଇଟିଆଇ ସ୍ଥାପନ ଦାବୀ

ଆଗଲପୁର, (ଦେବାଶିଷ ପଧାନ) : ରାଜ୍ୟ ସରକାର ପ୍ରତି ବ୍ଲକରେ ଆଇଟିଆଇ ସ୍ଥାପନ ଘୋଷଣା କରିଥିଲେ । କିନ୍ତୁ ଆଗଲପୁର ବ୍ଲକରେ ଆଇଟିଆଇ ନଥିବାରୁ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷାରୁ ବଞ୍ଚିତ ହେବା ସହିତ ନିଯୁକ୍ତି ସୁଯୋଗ ହରାଉଛନ୍ତି । ଆଗଲପୁର ବ୍ଲକ ରୋତ ଠାରେ ଏକ ନାଁକରା ମହାବିଦ୍ୟାଳୟ ରହିଛି । ଏହି ମହାବିଦ୍ୟାଳୟ ଉପରେ ଆଗଲପୁର ବ୍ଲକ ସହିତ ପଡୋଷୀ ବରଗଡ଼ ଜିଲ୍ଲାର ବିଜେପୁର ଓ ଗାଇସିଲେଟ ବ୍ଲକ ଓ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ଅନେକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହା ସହିତ ବ୍ଲକର ୯୦ ଭାଗ ଜନସାଧାରଣ ଚାଷ ଉପରେ ନିର୍ଭର କରି ଚାଲୁଥିବାରୁ ପୁଅଝିଅ ମାନଙ୍କୁ ଅନ୍ୟତ୍ର ତାଲିମ ପାଇଁ ପଠାଇ ପାରୁନାହାନ୍ତି । ଫଳରେ ପାଠପଢାରେ ଡୋରିବନ୍ଧା ହେଉଛି ବୋଲି ସାଧାରରରେ କୁହାଯାଇଛି । ଚିର ଅବହେଳିତ ଆଗଲପୁର ବ୍ଲକରେ ବାରମ୍ବାର ଆଇଟିଆଇ ସ୍ଥାପନ ପାଇଁ ଦାବୀ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ଅଞ୍ଚଳବାସୀଙ୍କ ଦାବୀ ପ୍ରତି ସରକାର ଅବହେଳା ମନଭାବ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ରାଜ୍ୟ ସରକାର ତୁରନ୍ତ ଅଞ୍ଚଳବାସୀଙ୍କ ଦାବୀ ପ୍ରତି ସମ୍ମାନ ଜଣାଇ ଆଗଲପୁର ବ୍ଲକରେ ଆଇଟିଆଇ ସ୍ଥାପନ ନକଲେ ଆଗକୁ ଜୋରଦାର ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି ଅଂଚଳବାସୀ ।

Leave A Reply

Your email address will not be published.