pakka

୬କୋଟି ୧୪ଲକ୍ଷ ବ୍ୟୟରେ ଇନ୍‌ଡୋର ଷ୍ଟେଡିୟମ ହେବ : ମନ୍ତ୍ରୀ ସୁଶାନ୍ତ ସିଂ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ବିକାଶ ପାଇଁ ଅର୍ଥ ବାଧକ ହେବ ନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ସାମୁହିକ ବିକାଶ ପାଇଁ ସଂକଳ୍ପ ନେଇଛନ୍ତି । ପଦ୍ମପୁରବାସୀଙ୍କ ଅନୁରୋଧ କ୍ରମେ ମୁଖ୍ୟମନ୍ତ୍ରୀ ଇନ୍‌ଡୋର ଷ୍ଟେଡିୟମ ପାଇଁ ୬ କୋଟି ୧୪ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଷ୍ଟେଡିୟମରେ ସମସ୍ତ ପ୍ରକାର ଇନ୍‌ଡୋର ଗେମ ହେବ । ସେଥିରେ ଉଭୟ ବିଦ୍ୟୁତ୍‌ ଶକ୍ତି ଓ ସୌର ଶକ୍ତି ରହିବ । ତେଣୁ ଆଲୋକର ଅସୁବିଧା ରହିବ ନାହିଁ । ଏତଦ୍‌ ବ୍ୟତୀତ ଅଙ୍ଗନଦୀରେ ବ୍ୟାରେଜ ହୋଇ ସହରକୁ ପାନୀୟ ଜଳ ଯୋଗାଣ ହେବ । ନୃସିଂହନାଥରୁ ହରିଶଙ୍କର ରୋପୱେ ପାଇଁ ଟେଣ୍ତର ଆହ୍ୱାନ କରାଯାଇଛି । ୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟର ଅର୍ଥ ଅନୁମୋଦନ ହୋଇଛି, ଆହୁରି ୧୫ଟି ସ୍ମାର୍ଟ ଉଚ୍ଚ ବିଦ୍ୟାଳୟ କରାଯିବ । ସମସ୍ତ କାମରେ ଜନସାଧାରଣଙ୍କ ସହଯୋଗର ଆବଶ୍ୟକତା ରହିଛି । ଆଗାମୀ ୨୦୨୨ ସୁଦ୍ଧା ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କାମ ଶେଷ ହେବ । ମୁଖ୍ୟମନ୍ତ୍ରୀ ପୁର୍ଣ୍ଣାଙ୍ଗ ରାସ୍ତା ଉପରେ ରୋଡ ସୋ.ରେ ‍ଆସିବେ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ । ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗଦେଇ ମନ୍ତ୍ରୀ ଏହା ଘୋଷଣା କରିଛନ୍ତି । କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ପ୍ରୀତମ ମେହେର ସଂଯୋଜନା କରିଥିଲେ । ବୈଠକରେ ଭୋଜରାଜ ସିଂ ବରିହା, ଗୋବିନ୍ଦ ପାଣିଗ୍ରାହୀ, ପ୍ରଶାନ୍ତ ମହାନ୍ତି, ପରମାନନ୍ଦ ସାହା ସହ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

10 − two =

error: Content is protected !!