pakka

ଆଇଆଇଟି ଖଡଗପୁର ପକ୍ଷରୁ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ବୈଦ୍ୟୁତିକ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ଏବଂ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ଗୁରୁବାର ଆଇଆଇଟି ଖଡଗପୁର ପକ୍ଷରୁ ‘ୟଙ୍ଗ ଆଲୁମିନି ଆଚିଭର ଆୱାର୍ଡ’ରେ ସମ୍ମାନିତ ହୋଇଛନ୍ତି । ଆଇଆଇଟି ଇନଷ୍ଟିଚ୍ୟୁଟର ୭୨ତମ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଆଇଆଇଟି ଖଡ଼ଗପୁରରୁ ଏମଟେକ ସମାପ୍ତ ପରେ ମନ୍ତ୍ରୀ ଶ୍ରୀ ବେହେରା ଶିକ୍ଷାଦାନ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ରହି ଅନେକ କାର୍ଯ୍ୟ କରିଛନ୍ତି । ଏଥି ସହିତ ଖୁବ୍‌ କମ ବୟସରୁ ରାଜନୀତିରେ ପ୍ରବେଶ କରି ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ରହି ରାଜ୍ୟବାସୀଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି । ଏହି ଉଲ୍ଲେଖନୀୟ କାର୍ଯ୍ୟଲାଗି ଆଇଆଇଟି ଖଡ଼ଗପୁର ପକ୍ଷରୁ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ‘ସମଗ୍ର ଓଡ଼ିଶା ତଥା କାକଟପୁର ବାସୀଙ୍କ ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ଏହି ସମ୍ମାନ ମିଳିପାରିଛି । ଏହା ଆଗାମୀ ଦିନରେ ଓଡିଶାବାସୀଙ୍କ ପାଇଁ ଅଧିକ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ’ ବୋଲି ମନ୍ତ୍ରୀ ଶ୍ରୀ ବେହେରା ଏହି ଅବସରରେ ପ୍ରକାଶ କରିଥିଲେ ।

Leave A Reply

Your email address will not be published.

six + nine =