ଶିଶୁ ଭବନରେ ବଢିଲା ଆଇସିୟୁ ବେଡ୍‌ ସଂଖ୍ୟା

କଟକ : ଶିଶୁ ଭବନରେ ଆଇସିୟୁ ବେଡ ପାଇବା ପାଇଁ ଏକ ସପ୍ତାହ କାଳ ଅପେକ୍ଷା କରୁଥିବା ଶିଶୁ ରୋଗୀଙ୍କ ପରିବାରର ଦୁଃଖ ଗଲା । ଶିଶୁ ଭବନରେ ଅଧିକ ୧୪ ଟି ଆଇସିୟୁ ବେଡ ସଂଖ୍ୟା ବୃଦ୍ଧି ଘଟିଛି । ଫଳରେ ଶିଶୁ ଭବନରେ ଆଇସିୟୁ ବେଡ ସଂଖ୍ୟା ୩୫ ଛୁଇଁଛି । ସମାନ୍ତରାଳ ଭାବେ ଶିଶୁ ଭବନ ଉପରେ ନିର୍ଭର କରୁଥିବା ସିଟି ହସ୍‌ପିଟାଲରେ ମଧ୍ୟ ଶିଶୁ ରୋଗୀଙ୍କ ପାଇଁ ପ୍ରଥମ ଥର ୪ଟି ଆଇସିୟୁ ବେଡ ବିଶିଷ୍ଟ ୱାର୍ଡ ଖୋଲାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.