ls

ଦେଓଗାଁ ବ୍ଲକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ହେମସାଗର ପଧାନଙ୍କ ପରଲୋକ

sb

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୨ଟା ସମୟରେ ଦେଓଗାଁ ବ୍ଳକ ସାହିତ୍ୟ ଘରର ପ୍ରତିଷ୍ଠାତା ସଭ୍ୟ ତଥା ସାଲେପାଲି ଗାଁର ଅବସର ପ୍ରାପ୍ତ ଶିକ୍ଷକ, ଆକାଶବାଣୀ ଗିତୀକାର ହେମସାଗର ପଧାନଙ୍କ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳେ ତାଙ୍କ ଏକ ମାତ୍ର ପୁଅ ନେତ୍ରାନନ୍ଦ ପଧାନ ଓ ୬ ଝିଅ ଜ୍ୱାଇଁ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଦେଓଗାଁ ବ୍ଳକ ସାହିତ୍ୟ ଘରର ସଭାପତି ଡ. ସୁଧାଂଶୁ ମେହେର, ସମ୍ପାଦକ ଧନେ‌ଶ୍ୱର ଥନାପତି, ସଂଯୋଜକ କିଶୋର ସାହୁଙ୍କ ସହ ସାହିତ୍ୟ ଘରର ସମସ୍ତ ସଭ୍ୟ ଓ ଅଞ୍ଚଳର ବହୁ କବି, ଲେଖକ, କଳାକାରମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ‌ସ୍ୱର୍ଗତ ପଧାନ ଜଣେ ଅବସର ପ୍ରାପ୍ତ ଶିକ୍ଷକ, କବି, ଆକାଶବାଣୀ ଗୀତିକାର, ନାଟ୍ୟକାର, ନାଟ୍ୟ ନିର୍ଦେଶକ, କଳାକାର, ସମାଜ ସେବକ ଥିଲେ । ତାଙ୍କର ରଚିତ ବହି ଫୁଲ ଚାଙ୍ଗରି ଓ କବିତା ସଂକଳନ ପ୍ରକାଶ ପାଇଥିଲା । ସେ ‘ସତୀ ସିନ୍ଦୁର’, ‘ତୁଲସୀ ବିବାହ’ ପରି ଅନେକ ଗୀତନାଟ୍ୟ ତଥା ନାଟକର ରଚୟିତା ଥିଲେ । ତାଙ୍କୁ ଶେଷ ଦର୍ଶନ କରିବା ସହ ଶବାଧରରେ ଶତାଧିକ ଲୋକ ଭାଗ ନେଇଥିଲେ । ୫ଟା ସମୟରେ ସୋନଗଡ଼ ନଦୀରେ ଶେଷ କୃତ୍ୟ କରାଯାଇଥିଲା । ଏକମାତ୍ର ପୁତ୍ର ନେତ୍ରାନନ୍ଦ ମୁଖାଗ୍ନୀ ଦେଇଥିଲେ ।

pc pk
Leave A Reply

Your email address will not be published.