oom

ଦିନବନ୍ଧୁ ମିଶ୍ରଙ୍କର ଆତ୍ମାହୁତିର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ

jsmm

ସମ୍ବଲପୁର : ଦୀନବନ୍ଧୁ ମିଶ୍ରଙ୍କ ଆତ୍ମହୁତି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବୀ କରିଛି । ଏଥିସହ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିଛି । ସେହିପରି ଏହି କର୍ମଚାରୀ ଜଣକ ୨୭ ବର୍ଷ ବିଶ୍ୱବିଦ୍ୟାଳୟରେ କାମ କରିଆସୁଥିବା ସମୟରେ ବିଭିନ୍ନ ପ୍ରକାରରେ ସେ ଦାବୀ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ । ଏପରିକି ଉଚ୍ଚ ନ୍ୟାୟାଳୟର ମଧ୍ୟ ସାହାଯ୍ୟ ଲୋଡି ଥିଲେ । ଖୋଦ୍‌ ଡା. ରାସେଶ୍ୱରୀ ପାଣିଗ୍ରାହୀ ବିଧାୟିକା ଥିବା ବେଳେ କର୍ମଚାରୀ ସଂଘର ସଭାପତି ମଧ୍ୟଥିଲେ । ସେ ଏହାର ସମାଧାନ ନକରି ଜୀବନ ଚାଲିଯିବା ପରେ ରାଜନୀତି କରି ଅତିତର ଭୁଲକୁ ଘୋଡାଇବାକୁ ଉଦ୍ୟମ କରୁଥିବା ସଂଗଠନ ଅଭିଯୋଗ କରିଛି । ତେଣୁ ଏହି ଘଟଣାର ରାଜନୀତିକରଣ କରାନଯାଉ । ଏଭଳି ଅନେକ କର୍ମଚାରୀ ଆତ୍ମହତ୍ୟା କରୁଥିବା ବେଳେ ସେମାନଙ୍କୁ ଯଥା ଶୀଘ୍ର ସ୍ଥାୟୀ ନିଯୁକ୍ତି କରାଯିବାକୁ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଶାଖା ପକ୍ଷରୁ ପ୍ରତ୍ୟୁଶ ମହାନ୍ତି, ଏମପି ଜ୍ୟୋତି ପ୍ରକାଶ, ହିମାଂଶୁ ମହାକୁଡ, ଲଲାଟେନ୍ଦୁ ବେହେରା, ଅନିଲ ସା ପ୍ରମୁଖ ଦାବୀ ସମ୍ପର୍କରେ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.