om academy

ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କଲା ସ୍ୱାମୀ

jsm

ଖଇରା : ସ୍ତ୍ରୀକୁ ହତ୍ୟା କରି ନିଜେ ବିଷ ପିଇ ଆତ୍ମହତ୍ୟା କଲା ସ୍ୱାମୀ । ଏଭଳି ଏକ ଘଟଣା ଘଟିଛି ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମରେ । ସୂଚନା ଅନୁଯାୟୀ, ଖଇରା ଥାନା ଅନ୍ତର୍ଗତ ତିଳଦା ଗ୍ରାମର ବାବୁ ଦାସ ଓ ସ୍ତ୍ରୀ ମିନା ଦାସଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା । ସୋମବାର ବାବୁ ମଦ ପିଇ ଘରକୁ ଆସିଥିଲେ । କୌଣସି କଥାକୁ ନେଇ ସ୍ତ୍ରୀ ମିନା ସହିତ ତାଙ୍କର ପାଟିତୁଣ୍ଡ ହୋଇଥିଲା । କ୍ରମଶଃ ଏହା ଉଗ୍ର ରୂପ ଧାରଣ କରିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ବାବୁ ମିନାଙ୍କୁ କାଠ ଫଳିଆରେ ପିଟିପିଟି ହତ୍ୟା କରିଥିଲେ । ଏହି ଘଟଣା ପରେ ବାବୁ ନିଜେ ବିଷ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଖଇରା ହସ୍ପିଟାଲ ନିଆଯାଇଥିଲା । ସେଠାରେ ବାବୁ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଖଇରା ଥାନା ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.