ଢେଙ୍କାନାଳ, (କେପିଏନ୍ଏସ୍) : ଢେଙ୍କାନାଳରେ ହାତୀ ଆକ୍ରମଣରେ ମଙ୍ଗଳବାର ଦିନ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ହେଉଛନ୍ତି ସଦର ଥାନା ଗହମଖୁଣ୍ଟି ଗାଁର ରମେଶ ସାହୁ । ଖବର ଅନୁସାରେ, ମଙ୍ଗଳବାର ଦିନ ଧାନ ଖଳାରେ ଜଣେ ଚାଷୀଙ୍କୁ ହାତୀ କଚାଡି ମରିଥିବା ବେଳେ ଆଜି ପୁଣି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କାଇମାଟି ପଂଚାୟତର କାଇଁଶ ଗ୍ରାମର ପରିବା ବଗିଚାରେ ଆଉ ଜଣେ ଚାଷୀଙ୍କୁ କଚାଡି ମାରିଦେଇଛି ହାତୀ । ମୃତକ ହେଲେ ସ୍ଥାନୀୟ ଗହମଖୁଣ୍ଟି ଗ୍ରାମର ରମେଶ ସାହୁ । ଖବର ପାଇ ସଦର ଥାନା ପୁଲିସ ଓ ବନକର୍ମଚାରୀ ପହଂଚି ମୃତଦେହ ଉଦ୍ଧାର କରିଛନ୍ତି ।