କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମାଇ ହାତୀର ମୃତଦେହ ଠାବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ମାଇହାତୀର ମୃତଦେହ ଠାବ ହୋଇଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ମାଇ ହାତୀର ମୃତଦେହ ପଡିଥିବାର କିଛି ଲୋକ କର୍ଲାପାଟ ଅଭୟାରଣ୍ୟ ଘୁଷୁରିଗୁଡ଼ି ନିକଟରେ ଦେଖିବା ପରେ ବନବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନବିଭାଗର ଏକ ଟିମ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀର ଶବ ବ୍ୟବେଚ୍ଛଦ କରିଛନ୍ତି । ବର୍ତ୍ତମାନ ପର୍ୟ୍ୟନ୍ତ ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଦକ୍ଷିଣ ବନାଞ୍ଚଳ ଡିଏଫଓ ସୂଚନା ଦେଇଛନ୍ତି । ଘଟଣାସ୍ଥଳରେ ବନଖଣ୍ଡ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.