jayashree

ଭକତର ଗୁହାରି “ନିଅ ପ୍ରଭୁ ହାତଧରି”

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାରା ବିଶ୍ୱ ଜଗନ୍ନାଥମୟ, ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସୌମ୍ୟ ଅରିଜିନାଲସ ୟୁଟ୍ୟୁବ ଚେନାଲରେ ମୁକ୍ତିଲାଭ କରିଛି ଏକ ଓଡ଼ିଆ ଜଗନ୍ନାଥ ଭଜନ “ନିଅ ପ୍ରଭୁ ହାତଧରି”, ଜଣେ ଭକ୍ତ ଚାହୁଁଛି ସେହି କଳାଶ୍ରୀ ମୁଖକୁ ଥରୁଟିଏ ଦେଖିବା ପାଇଁ ଓ ଶ୍ରୀ ଜଗନ୍ନାଥଙ୍କୁ ଅନୁରୋଧ କରୁଛି ନିଅ ପ୍ରଭୁ ହାତ ଧରି, ଏହି ଭାବକୁ ନେଇ ଯୁବ ଗୀତିକାର କୃଷ୍ଣେନ୍ଦୁ ହୋତା ସୁନ୍ଦର ଭାବରେ ଶବ୍ଦରେ ସଜେଇଛନ୍ତି । ଏହି ଗୀତରେ କଣ୍ଠଦାନ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମ୍ୟ ରଞ୍ଜନ ପଟ୍ଟନାୟକ । ଭକ୍ତିରସରେ ଭିଜାଇ ଦେଉଥିବା ଏହି ଗୀତଟି ମୁକ୍ତିଲାଭ ହେବା ପରେ ପରେ ଜଗନ୍ନାଥ ପ୍ରେମୀ ଓ ଶ୍ରୋତାମାନଙ୍କ ଗହଣରେ ବେଶ୍ ଆଦୃତ ହେବାରେ ଲାଗିଛି । ପବିତ୍ର ବାହୁଡ଼ାରେ ପ୍ରଭୁଙ୍କ କୃପାଲାଭ ପାଇଁ ଏହି ଭଜନଟି ପ୍ରତ୍ୟେକ ଭକ୍ତଙ୍କ ହୃଦୟକୁ ଛୁଇଁବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.