pr

ଆସନ୍ତାକାଲି ଗୁରୁବାର ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ହରତାଳ କରିବ ଭଞ୍ଜସେନା

dr. purohit

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ସବୁଆଡ଼ୁ ନିରାଶ ବାଲେଶ୍ଵର ଏଫ୍.ଏମ୍.ବିଶ୍ୱବିଦ୍ୟାଳୟ ରେ ନିଜ ପ୍ରଫେସରଙ୍କ ଦ୍ଵାରା ନିର୍ଯ୍ୟାତନା ସହିନପାରି ଦେହରେ ନିଆଁ ଲଗାଇ ସୋମବାର ରାତି ମୃତ୍ୟୁବରଣ କରିଥିବା ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ଏଭଳି ମୃତ୍ୟୁ ପାଇଁ ଦାୟୀ ଥିବା ପ୍ରତ୍ୟେକ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି । ଏହା ସହିତ ନାରୀ ବଳାତ୍କାର, ନାରୀ ନିର୍ଯ୍ୟାତନା, ନାବାଳିକା ଦୁଷ୍କର୍ମ, ବନ୍ଧୁକ ମୁନରେ ଲୁଟ ଛିନତାଇ ଓ ନାରୀ ବ୍ୟବସାୟକୁ ନେଇ ମୟୂରଭଞ୍ଜ ଜିଲ୍ଲାରେ ନାରୀ ଅସୁରକ୍ଷିତ ଏବଂ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ । ନେତାମନ୍ତ୍ରୀଙ୍କ ଜିଲ୍ଲାରେ ସମସ୍ତେ ଭୟଭୀତ । ଦେଶର ସର୍ବୋଚ୍ଚ ନାଗରିକ ମହାମହିମ ରାଷ୍ଟ୍ରପତିଙ୍କ ଜିଲା ଓ ରାଜ୍ୟରେ ନାରୀ ଅସହାୟ ହୋଇପଡିଛି । ପ୍ରତିବାଦରେ ଆସନ୍ତାକାଲି ଜୁଲାଇ୧୭ ତାରିଖ ଗୁରୁବାର ଦିନ ଜାତୀୟ କଂଗ୍ରେସ ଏବଂ ଅନ୍ୟନ୍ୟ ରାଜନୈତିକ ଦଳ ଯୋଉ ବନ୍ଦ ଡାକରା ଦେଇଛନ୍ତି । ସେହି ବନ୍ଦ ଦିନ ଭଞ୍ଜସେନା ପକ୍ଷରୁ ନାରୀର ସୁରକ୍ଷା ଓ ସମ୍ମାନ ଦାବୀ ଗୁଡ଼ିକୁ ନେଇ ସମଗ୍ର ମୟୁରଭଞ୍ଜ ଜିଲ୍ଲାରେ ହରତାଳ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.