pakka

ହଲିଆଗୀତ କଣ୍ଠଶିଳ୍ପୀଙ୍କୁ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ସମ୍ବର୍ଦ୍ଧନା

bbehera

ଗଂଜାମ, (ପ୍ରଦୀପ କୁମାର ପଣ୍ଡା) : ଆଧୁନିକ ସଙ୍ଗୀତ ତଥା ନୃତ୍ୟ ପ୍ରତି ପ୍ରବଳ ଆଗ୍ରହ ଓ ପ୍ରୋତ୍ସାହନ ଯୋଗୁ ଦିନକୁ ଦିନ ପ୍ରାଚୀନ କଳା, ଲୋକଗୀତ, ଲୋକନୃତ୍ୟ, ଲୋକସଂସ୍କୃତି ଲୋପ ପାଇବାକୁ ବସିଲାଣି । ଫଳରେ ପୁରୁଣା ଲୋକଗୀତ ଲୋକ ସଂସ୍କୃତି ପ୍ରତି ବିତୃଷ୍ଣା ହୋଇ ଆଧୁନିକ ଗୀତକୁ ଆଦରି ନେଲେଣୀ ଯୁବପୀଢ଼ି । ହେଲେ ସେହି ପୁରୁଣା ଲୋକଗୀତକୁ ଭୂଲି ପାରୁନାହାନ୍ତି ଗ୍ରାମାଞ୍ଚଳର ଲୋକମାନେ । ଶଗଡ଼ ଆଉ ନାହିଁ ଶଗଡ଼ିଆ ଗୀତ ଗାଇ ଦୂର ରାସ୍ତା ଯିବା ପାଇଁ କି ଆଉ ଚାଷ ଜମିରେ ହଳ ବି ନାହିଁ ହଲିଆ ଗୀତ ଗାଇ ଜମିରେ ହଳ କରିବା ପାଇଁ । କେବଳ କେତେବେଳେ ସୁଯୋଗ ଟିକିଏ ମିଳିଲେ ଆରମ୍ଭ ହେଇଯାଏ ଗୀତର ଆସର । ସେହି ପୁରୁଣା ପରମ୍ପରାକୁ ମନେ ପକାଇ ଲୋକଗୀତକୁ ଲୋକଙ୍କ ମନରେ ପୁଣିଥରେ ଫେରେଇ ଆଣିବା ପାଇଁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଇରାଶି ପଞ୍ଚାୟତର ତାରିଣୀପଲ୍ଲୀ ଗ୍ରାମର ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ପବିତ୍ର ଦଶହରା ପାଳନ ଅବସରରେ ହଲିଆ ଗୀତ କଣ୍ଠଶିଳ୍ପୀମାନଙ୍କୁ ସଂଗଠନ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବର୍ଦ୍ଧନା ଉତ୍ସବରେ ହଲିଆ ଗୀତକୁ ନେଇ ଏକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ହଲିଆଗୀତ ଗାୟକ ଭାବେ ଗ୍ରାମର ରଙ୍କନିଧି ଗୌଡ, ଗୁଣ୍ଡିଚା ଗୌଡ ଓ ଏ. ବନମାଳୀ ରେଡ୍ଡୀ ଅଂଶ ଗ୍ରହଣ କରି ବିଭିନ୍ନ ହଲିଆଗୀତକୁ ଭିନ୍ନ ଭିନ୍ନ ଶୈଳୀ ଓ ଭିନ୍ନ ଭିନ୍ନ ସ୍ଵରରେ ଗାଇ ଲୋକଙ୍କୁ ଚିତ୍ତବିନୋଦନ କରିଥିଲେ । ଦୁର୍ଗାପୂଜା ପାର୍ବଣରେ ହଲିଆ ଗୀତ ସାଙ୍ଗକୁ ମହିଳାମାନଙ୍କ ହୁଳହୁଳି ଶବ୍ଦରେ ଗ୍ରାମ ପରିବେଶ କିଛି ସମୟ ପାଇଁ ବେଶ ଉତ୍ସବମୁଖର ହୋଇ ପଡ଼ିଥିଲା । ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡ୍ଡୀ, ସଭାପତି ଚୈତନ୍ୟ ରେଡ୍ଡୀ ଓ ବି ଦେବାଶିଷ ରେଡ୍ଡୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଚାରକ ଭାବେ ଆର୍. ରାଇବରିଆ ରେଡ୍ଡୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ବିଚାରକଙ୍କ ମତ ଓ ସ୍ରୋତାମଣ୍ଡଳୀଙ୍କ ମତକୁ ନେଇ ଶ୍ରେଷ୍ଠ ହଳିଆ ଗୀତ କଣ୍ଠଶିଳ୍ପୀ ଭାବେ ଏ .ବନମାଳୀ ରେଡ୍ଡୀଙ୍କୁ ମୁଖ୍ୟ ଅତିଥି ଭାବେ ତାରିଣୀ ପଲ୍ଲୀ ରେଡିକୁଳ ସଂଘମ୍‌ର ପୂର୍ବତନ ସଭାପତି ଆର୍. ବାଲାଜୀ ରେଡ୍ଡୀ ଯୋଗ ଦେଇ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ କୈଳାସ ସେଠୀ, କାହ୍ନା ଗୌଡ, ଗଗନ ସାହୁ, ଆର୍ ମାଗୁଣି ରେଡ୍ଡୀ, ରମେଶ ଗୌଡ, ସୁରେନ୍ଦ୍ର ଗୌଡ, ଶୁଭମ୍ ରେଡ୍ଡୀ, ଆର୍ ଗଣେଶ ରେଡ୍ଡୀ, ଦୀପକ ଗୌଡ, ଅନିଲ ସେଠୀ, ବାବୁ ନାହାକ ଓ ଏ. ଦୟାନିଧି ରେଡ୍ଡୀ ପ୍ରମୁଖ ପରିଚାଳନା କରିଥିଲେ ।

Leave A Reply

Your email address will not be published.

20 + 18 =