pakka

ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ବୈଠକ ଅନୁଷ୍ଠିତ

bbehera

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣଗଡର ଅଗ୍ରଣୀ ସାରସ୍ଵତ ଅନଷ୍ଠାନ ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ସାଧାରଣ ସଭା ସ୍ଥାନୀୟ ସିଦ୍ଧି ବିନାୟକ ମହାବିଦ୍ୟାଳୟର ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ସଂସଦର ସଭାନେତ୍ରୀ ସୁଶ୍ରୀ ସଞ୍ଜୁକ୍ତା ପରିଚ୍ଛାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସର୍ବପ୍ରଥମେ ମା’ ପାଟଣେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା । ତା’ପରେ ସମ୍ପାଦିକା ସୁଶ୍ରୀ ସବିତା ଭୋଇ ସଭାର ଆଭିମୁଖ୍ୟ ଜଣାଇଥିଲେ ଓ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ୨୦୨୧ ମସିହାରେ ଅନୁଷ୍ଠିତ ହୋଇଥିବା ବାର୍ଷିକ ଉତ୍ସବର ଆୟବ୍ୟୟ କୋଷାଧ୍ୟକ୍ଷ ସତ୍ୟାନନ୍ଦ ଖମାରୀ ଜଣାଇଥିଲେ । ପ୍ରତିବର୍ଷ ପରି ୨୦୨୨ ମସିହାରେ ମଧ୍ୟ ନେତାଜୀ ଜୟନ୍ତୀ ଅବସରରେ ବାର୍ଷିକ ଉତ୍ସବ ପାଳନ କରିବାକୁ ସ୍ଥିର କରାଯାଇଥିଲା । ରାଜ୍ୟ ସ୍ତରୀୟ ସହଯୋଗ ଭିତ୍ତିକ ସାରସ୍ଵତ ସଙ୍କଳନ ପାଇଁ ଲେଖା ଓ ଆର୍ଥିକ ସହଯୋଗ ଡିସେମ୍ବର ମାସ ୧୫ ତାରିଖ ସୁଦ୍ଧା ପଠେଇବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ଉତ୍ସବରେ ସମ୍ବର୍ଦ୍ଧିତ ପ୍ରତିଭା ଚୟନ, ମୁଖ୍ୟବକ୍ତା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବିରଞ୍ଚି ନାରାୟଣ ଦାଶଙ୍କୁ ଟ୍ରଷ୍ଟର ସଭ୍ୟ ଭାବେ ମନୋନୀତ କରାଯାଇଥିଲା । ଏହି ସଭାରେ ଡ.ନକୁଳ ମେହେର, ପ୍ରଦୀପ କୁମାର ଦାଶ, ସଞ୍ଜୁକ୍ତା ମେହେର, ସୁରୁଚି ମିଶ୍ର ସମେତ ଅନେକ ସଭ୍ୟ, ସଭ୍ୟା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twenty − 17 =