ଭାଲୁ ଆକ୍ରମଣରେ ବୃଦ୍ଧା ଗୁରୁତର

ନୂଆପଡା : ନୂଆପଡା ସହର ବ୍ଲକ ଦର୍ଲିମୁଣ୍ଟା ଗାଁରେ ଭାଲୁ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ଜଣାପଡିଛିି । ଗୁରୁତର ବୃଦ୍ଧା ଜଣକ ବିଳାସ ବିଶ୍ୱ୍ୱକର୍ମା(୬୫) ଓ ସେ ଏବେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ବୁଧବାର ସକାଳେ ବିଳାସ ଚାଷ ଜମିକୁ ଯାଇଥିଲେ । ଏହି ସମୟରେ ଦୁଇଟି ଭାଲୁ ତାଙ୍କୁ ଆକ୍ରମଣ କରିଥିଲେ । ପରିବାର ଲୋକେ ଭାଲୁଦ୍ୱୟଙ୍କୁ ଘଉଡାଇବା ପରେ ବିଳାସଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ।

Leave A Reply

Your email address will not be published.