pakka

ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର

bbehera

ମାଲକାନଗିରି : ଜଙ୍ଗଲରେ ମହୁଲ ସଂଗ୍ରହ କରୁଥିବାବେଳେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଭାବେ ଆହତ । ଗୁରୁତର ଜଣଙ୍କ ହେଲେ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପଲାରିପଦର ଗାଁର ବୁଦୁରା ମାଝିଙ୍କ ନାବାଳକ ପୁଅ ରମେଶ (୧୬) । ଗାଁ ନିକଟରେ ଥିବା ଜଙ୍ଗଲକୁ ରମେଶ ମହୁଲ ସଂଗ୍ରହ ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ମଧ୍ୟରେ ଏକ ଭାଲୁ ରମେଶଙ୍କ ଉପରକୁ ଆକ୍ରମଣ କରିଥିବା ବେଳେ ସେ ଚିତ୍କାର କରି ଉଠିଥିଲେ । ତାଙ୍କ ଚିତ୍କାର ଶୁଣି ଜଙ୍ଗଲ ମଧ୍ୟରେ ଥିବା କିଛି ଲୋକେ ଦଉଡି ଆସିବାରୁ ଭାଲୁଟି ସେଠାରୁ ଚାଲି ଯାଇଥିଲା । ଭାଲୁ ଆକ୍ରମଣରେ ରମେଶଙ୍କ ମୁଣ୍ଡ, ମୁହଁ ଏବଂ ଅନ୍ୟାନ୍ୟ ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ପ୍ରଥମେ ମାଥୁଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଇଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା ।

jay balangir
Leave A Reply

Your email address will not be published.

four × four =