ସରକାରୀ ଆବାସ ପାଇଁ ଗୁହାରୀ

ପଦ୍ମପୁର, (ନିରୋଜ କୁମାର ପାଣୀ) :
ଗରିବ ଲୋକଙ୍କୁ ମାଗଣା ପକ୍କାଘର ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରୁଛନ୍ତି । ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଘର ଖଣ୍ଡିଏ ପାଇବା ପାଇଁ ସାତ ସପନ ହୋଇ ପଡୁଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଗୋଇବାହାଲି ଗ୍ରାମର କ୍ଷେତ୍ର ତାଣ୍ତି (୮୩) ଅନେକ ଦିନ ହେଲା ସରକାରଙ୍କର ଯୋଜନାରୁ ପକ୍କା ଘରେ ରହିବା ପାଇଁ ଚାହୁଁ ଚାହୁଁ ଆଜି ପର୍ଯ୍ୟନ୍ତ ଦିନ ଗଡି ଗଲାଣି । ହେଲେ ଆଶାରେ ହିଁ ଆଶା ମଉଳି ଯାଉଛି । ସରପଞ୍ଚଙ୍କ ଠାରୁ ବିଡିଓ ପର୍ଯ୍ୟନ୍ତ ଆବେଦନ କଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । କ୍ଷେତ୍ର ତାଣ୍ତି ଜଣେ ଗରିବ ଅସହାୟ ବ୍ଯକ୍ତି ଅଟନ୍ତି । ବୁଢାବୁଢୀ ଦୁଇଜଣ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପକ୍କାଘର ଖଣ୍ତିଏ ଆବାସ ଯୋଜନାରୁ ଯୋଗାଇ ଦେବା ପାଇଁ ଦାବୀ ହେଉଛି।

Leave A Reply

Your email address will not be published.