ପୁଣି ଗୋଚାଲାଣ : ପୋଲିସ ଜବତ୍‌ କଲା ପିକ୍‌ଅପ୍‌ ଭ୍ୟାନ୍‌

କରଂଜିଆ, (କେପିଏନ୍‌ଏସ୍‌) : ପୁଣି ଗୋଚାଲାଣ ବେଳେ କରଂଜିଆ ପୋଲିସ ଗାଈଗୋରୁ ଲଦା ହୋଇଥିବା ପିକ୍‌ଅପ୍‌ ଭ୍ୟାନ୍‌କୁ ଜବତ୍‌ କରିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ କୁରୁଲିଆର ଚଂଚବଣୀରୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ରେ ଛୋଟ ବଡ଼ ଗାଈଗୋରୁ ଲଦା ହୋଇଥିବା ଆସୁଥିବା ବେଳେ କରଂଜିଆ ପୋଲିସ ହାବୁଡ଼ରେ ପଡ଼ିଥିଲା । ତେବେ ପିକ୍‌ଅପ୍‌ ଭ୍ୟାନ୍‌ (ଓଡ଼ି୧୧ଏ୬୦୧୪) ସାମ୍ନାରେ ପୋଲିସକୁ ଦେଖି ଗାଡ଼ି ଡ୍ରାଇଭର୍‌ ଗାଡ଼ି ଛାଡ଼ି ଫେରାର୍‌ ହୋଇଯାଇଥିବା ସୂଚନାରେ କୁହାଯାଇଛି । ସଂପୃକ୍ତ ଗାଡ଼ିରେ ମଧ୍ୟ ପୂର୍ବଭଳି ବସ୍ତା ଲଦିବା ଭଳି ଗାଈଗୋରୁଙ୍କୁ ଲଦା ଯାଇଥିବା କୁହାଯାଇଛି ।

Leave A Reply

Your email address will not be published.