csstore

କଂସର ପଞ୍ଚାୟତ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଗ୍ରାମସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରପଞ୍ଚ ଆନନ୍ଦ ବେହେରା କଂସର ଗ୍ରାମ ପଞ୍ଚାୟତକୁ ବାହ୍ୟ ମଳ ମୁକ୍ତ, ପୋଲିଥିନ ଫ୍ରି ସୁସ୍ଥ ଏବଂ ସ୍ୱଚ୍ଛ ପଂଚାୟତ ଭାବେ ଘୋଷଣା କରିଥିଲେ । ସରକାରଙ୍କ ନିର୍ଦ୍ଧାରିତ ନଅ ଟି ଥିମ୍‌ ଉପରେ ନିଜ ପଂଚାୟତକୁ ପ୍ରତ୍ୟେକ କ୍ଷେତ୍ରରେ ବିକଶିତ କରିବା ପାଇଁ ଉପସ୍ଥିତ ଜନ ପ୍ରତିନିଧି ଏବଂ ଜନ ସାଧାରଣଙ୍କୁ ଆହ୍ୱାନ କରିବା ସହ ସଚେତନ କରାଇଥିଲେ । ଗ୍ରାମସଭାରେ ପଞ୍ଚାୟତ ପରିସରକୁ ସଫେଇ କରିଥିଲେ ଏବଂ ବିଭିନ୍ନ ଜାଗାରେ ବୃକ୍ଷରୋପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଆର୍‌ଏସ୍‌ ପ୍ରକାଶ ମେହେର, ପୂର୍ବତନ ନାଏବ ସରପଞ୍ଚ ଧର୍ମାନନ୍ଦ ସାହୁ, ୱାର୍ଡ ମେମ୍ବର ଧନେଶ୍ୱର ବଙ୍କା, ଉଷାବତୀ ବରିହା, ରୋହିତ ସାହୁ, ସୁଶାନ୍ତ ସେଟ, ଲକ୍ଷ୍ମଣ ପଣ୍ଡା, ଟିକେଲାଲ ମେହେର, କେଶବ ବିଶ୍ଵାଳ, ଗୁରୁଦେବ କୁମ୍ଭାର, ଦୟା ଭୁଏ, ସଦାନନ୍ଦ ବୁଡେକ, ଗ୍ରାମସାଥୀ ଭକ୍ତ ପ୍ରସାଦ କାରେ, ରାଜୁ ପଟେଲ ଏବଂ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଥିଲେ । ଦ୍ୱିତୀୟ ଥର ସରପଞ୍ଚ ଦାୟିତ୍ୱ ଭାର ନେଇଥିବା ଶ୍ରୀ ବେହେରା ସବୁବେଳେ ପଂଚାୟତ କାର୍ଯ୍ୟରେ ଏବଂ ସେବା କାର୍ଯ୍ୟରେ ନିୟୋଜିତ ରହିବା ସହ ଗ୍ରାମ ପଞ୍ଚାୟତର ବିକାଶ ପାଇଁ ଅଭିନବ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି । ତେଣୁ ପଂଚାୟତବାସୀ ତାଙ୍କୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ନିଜ ପଂଚାୟତକୁ ଆଦର୍ଶ ପଂଚାୟତ ରୂପେ ଗଢ଼ି ତୋଳିବା ପାଇଁ ତାଙ୍କର ପ୍ରୟାସ ସବୁବେଳେ ଜାରି ରହିଛି ।

jayashree
Leave A Reply

Your email address will not be published.