pakka

ଗର୍ତ୍ତ ମଧ୍ୟରୁ ଗୋମାତାକୁ ଉଦ୍ଧାର କଲେ ଯୁବନେତା

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଏକ ଗାଇ ଗର୍ତ୍ତ ମଧ୍ୟରେ ପଡିଯାଇଥିଲା । ସୂଚନା ଅନୁସାରେ ଦୀର୍ଘ ତିନିଦିନରୁ ଉର୍ଦ୍ଧ ସେହି ଗର୍ତ୍ତ ମଧ୍ୟରୁ ଗୋମାତା (ଗାଈ)ଟି ଉଠିବାକୁ ଚେଷ୍ଟା କରି ମଧ୍ୟ ଉଠିପାରୁନଥିଲା । ଫଳରେ ଗାଇଟି ଆହାର ଓ ଜଳ ନପାଇ ଗର୍ତ୍ତ ମଧ୍ୟରେ ଦୁର୍ବଳ ହୋଇପଡିଥିଲା । ସେହି ରାସ୍ତା ଦେଇ ଲୋକେ ଯିବା ଆସିବା କରୁଥିଲେ ବି ଗାଈଟିର କରୁଣ ଚିତ୍କାର ଶୁଣି ମଧ୍ୟ ଉଦ୍ଧାର କରିନଥିଲେ । ଗତକାଲି ଗଞ୍ଜାମ ସହରର ନଗର ବିଜେଡି ଯୁବ ସଭାପତି ସୁଧୀର କୁମାର ପାଢ଼ୀ କୌଣସି କାମରେ ଆର୍‌ଆଇ ଅଫିସ ଯାଇଥିବା ବେଳେ ଗର୍ତ୍ତ ମଧ୍ୟରେ ପଡି ରହିଥିବା ଗାଈ ଟିକୁ ଦେଖିବାକୁ ପାଇଥିଲେ । ଗାଇଟି ଭୋକ ବିକଳରେ ଆଉ ଚିତ୍କାର କରି ପାରୁନଥିଲା । ଗାଈର ଆଖିରୁ ଲୁହ ଦେଖି ନପାରି ସଙ୍ଗେ ସଙ୍ଗେ ଆର୍‌ଆଇ ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଅବଗତ କରାଇଥିଲେ । ପରେ ମାନବିକତା ଦୃଷ୍ଟିରୁ ଶ୍ରୀ ପାଢ଼ୀ ଏକ ଜେସିବି ମେସିନ ଓ ସ୍ଥାନୀୟ କିଛି ଯୁବକଙ୍କ ସହଯୋଗରେ ଗାଈଟିକୁ ଗର୍ତ୍ତ ମଧ୍ୟରୁ ଉଦ୍ଧାର କରିଥିଲେ ।

jay balangir
Leave A Reply

Your email address will not be published.

1 × 2 =