ଖରିଫ୍ ଧାନ ସଂଗ୍ରହ ମାର୍କେଟ ୟାର୍ଡଗୁଡିକ ବୁଲି ଦେଖିଲେ ଜିଲ୍ଲାପାଳ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଖରିଫ୍ ଧାନ ସଂଗ୍ରହ କିପରି ଚାଲିଛି ତାହାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ବିଭିନ୍ନ ମାର୍କେଟ ୟାର୍ଡଗୁଡିକ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ବୁଲି ଦେଖିଥିଲେ । ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଗୁଡେଶିରା ମୁଣ୍ଡିକୁ ପରିଦର୍ଶନ କରିବା ସହ ସେଠାରେ କର୍ମଚାରୀମାନେ କିପରି ଭାବରେ ସରକାରୀ କାର୍ଯ୍ୟ କରୁଛନ୍ତି କାଗଜ ପତ୍ର ତନଖି କରିଥିଲେ । ସେହିପରି ଗୋଦାମରେ ଗଚ୍ଛିତ ଥିବା ଧାନ ବ୍ୟବସ୍ଥିତ ଭାବେ ରଖାଯାଇଛି କି ନାହିଁ ଦେଖିଥିଲେ । ପରେ ଗଚ୍ଛିତ ଥିବା ଧାନ ନିୟମ ମୁତାବକ କିପରି ଉଠାଣ ହେବ ଉପସ୍ଥିତ ମିଲର୍ସଙ୍କୁ ପରାମର୍ଶ ଦେଇଥିଲେ । ପରେ ବେହେରା, ବରପାଲି ମାର୍କେଟ ୟାର୍ଡଗୁଡିକ ପରିଦର୍ଶନ କରିଥିଲେ । ରେମତାଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱରା ପରିଚାଳିତ ଧାନ ସଂଗ୍ରହ କେନ୍ଦ୍ରକୁ ବୁଲି ଦେଖିବା ସହ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କ ସହ ଧାନ ସଂଗ୍ରହ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ତାଙ୍କ ସହ ବରଗଡ଼ ସହକାରୀ ଯୋଗାଣ ଅଧିକାରୀ ସପ୍ସଜୁଲତା ପ୍ରଧାନ ନିୟନ୍ତ୍ରିତ ବଜାର କମିଟି, ବରଗଡ଼ର ସମ୍ପାଦକ ଦୁର୍ଗା ପ୍ରସାଦ ଛୁରିଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen + six =