ଗୋମାଂସ ବିକ୍ରି : ୩ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସର୍ଗୀବାହାଲ ଅଞ୍ଚଳରେ ଗୋମାଂସ ବିକ୍ରି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ସର୍ଗୀବାହାଲ ଗ୍ରାମର ମୁରଳୀଧର ମେହର ଓ କୃପା ମେହର(ରୋହିଦାସ) ଏକ ବଳଦକୁ ଟାଙ୍ଗିଆରେ ଆଘାତ କରି ମାରି ଦେଇଥିଲେ । ତାର ମାଂସ ନେବା ପାଇଁ ଉକ୍ତ ଗ୍ରାମର ଡିଲେ‌ଶ୍ୱର ମେହର ୭ ଶହ ଟଙ୍କା ଅଗ୍ରୀମ ଦେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେ ପଡିଥିଲେ । ତୁରନ୍ତ ପଦ୍ମପୁର ପୋଲିସକୁ ଖବର ଦିଆଯାଇଥିଲା । ପଦ୍ମପୁର ଥାନା କେସ ନଂ ୨୧୨ / ୨୦ରେ ଏକ ମୋକଦ୍ଦମା ରୁଜ୍ଜୁ କରି ସବ୍ ଇନ୍ସପେକ୍ଟର ରବୀନ୍ଦ୍ର ହେଂବ୍ରମ ଘଟଣାର ତଦନ୍ତ କରୁଛନ୍ତି । ଗୋମାଂସ କାଟି ବିକ୍ରୟ କରିବା ପାଇଁ ଗାଁରେ ଏକ ରାକେଟ ସକ୍ରିୟ କାମ କରୁଛି । ଗୋମାଂସ ପାଂଚଭାୟା ଅଞ୍ଚଳକୁ ଚାଲାଣ କରୁଥିବା ବିଷୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.