ଅସହାୟ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ନିରୀହ ଲୋକମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନଙ୍କ ଠାରେ ପ୍ରଶାସନିକ ଅବହେଳା ଯୋଗୁଁ ପହଞ୍ଚି ପାରୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ବନମାଲ ଗ୍ରାମରେ । ପୀର ହରପାଲ ନାମ୍ନୀ ଜଣେ ବିଧବା ଆଜକୁ ୬୫ ବର୍ଷ ବୟସରେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ତାଙ୍କ ପୁଅଝିଅ କେହି ନାହାନ୍ତି । ୨୦ ବର୍ଷ ହେଲା ସ୍ୱାମୀଙ୍କର ମୃତ୍ୟୁ ପରେ ବାପା ଘରେ ଆଶ୍ରୟ ନେଇଛି । ଆଜି ପର୍ୟ୍ୟନ୍ତ ତାର ଆଧାର କାର୍ଡ ହୋଇ ପାରୁନାହିଁ । ତେଣୁ ନା ବିଧବା ଭତ୍ତା, ରାସନକାର୍ଡ ନା ଘର, କୌଣସି ଯୋଜନାରୁ ଆବଶ୍ୟକ ସହାୟତା ମିଳି ପାରୁନାହିଁ । ତେଣୁ ସେ କେତେ ଦୁଃଖରେ ଜୀବନ ଯାପନ କରୁଛନ୍ତି, କହିଲେ ନସରେ । ତାଙ୍କ ଏତିକି ମାତ୍ର ଭୂଲ ଯେ ତାର ବାମ ହାତରେ ମଝି ଆଙ୍ଗୁଠି କଟି ଯାଇଛି । ତେଣୁ ଆଧାର କାର୍ଡ ହୋଇ ପାରୁନାହିଁ । ଯଦି ତାର ଆଧାର କାର୍ଡ ନାହିଁ, ତେବେ ସେଥିର କିଛି ବିକଳ୍ପ ଅଛି କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପାଇକମାଲ ବିଡିଓ, ପଦ୍ମପୁର ଉପଜିଲ୍ଲାପାଳ ତଥା ପ୍ରଶାସନର ଦ୍ୱାରସ୍ଥ ହୋଇ ନୟାନ୍ତ ହୋଇ ପଡିଲେଣି । ଆଉ ତାଙ୍କ ଧାଇଁବାର କୌଣସି ଶକ୍ତି ନାହିଁ । ବିଚାରୀ ଏକାକୀ ଭୋକ ଉପାସରେ ଦିନ କାଟୁଛନ୍ତି । ତେଣୁ ବ୍ଲକ ତଥା ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ନିରୀହ ବୃଦ୍ଧାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.