ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ୍‌ ହୋଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ ସ୍ଥାନୀୟ ମାଲପଡ଼ା ନିବାସୀ ଜଗ ଓରଫ୍‌ ଜଗବନ୍ଧୁ ମେହେରକୁ କାବୁ କରିବା ପରେ ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ତେବେ ଅଭିଯୁକ୍ତ ଜଗର ଘରୁ ୧୮ ଶହ ବୋତଲ୍‌ ଏସ୍‌କଫ୍‌ ସିରପ୍‌ ସହ ଏହି ଚୋରା ଚାଲାଣରେ ବ୍ୟବହୃତ ମାରୁତି ଡିଜାଆର୍‌ ନଂ.ଓଡ଼ି୦୨ ବିବି ୨୨୩୪ ଗାଡ଼ି ଜବତ୍‌ କରିଛି ପୋଲିସ । ଆସନ୍ତା କାଲି ଅଭିଯୁକ୍ତ ଜଗବନ୍ଧୁ ମେହେରକୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନାରେ କୁହାଯାଇଛି ।

Leave A Reply

Your email address will not be published.