କରୋନା କଟାକଣା ମଧ୍ୟରେ ଭକ୍ତ ଶୂନ୍ୟ ସହ ସମାପ୍ତ ହେଲା ଗିରିଗୋବର୍ଦ୍ଧନ ପୂଜା ଓ ମହୋତ୍ସବ : ଭୀମପାହାଡର ଉନ୍ନତି ପ୍ରତି ଦୃଷ୍ଟି ଦିଆଯିବ : ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର

ଦେଓଗାଁ, (ମନୀଷ କୁମାର ସାହୁ): ପ୍ରତିବର୍ଷ କାର୍ତ୍ତିକ ଅମାବାସ୍ୟା ତିଥିରେ ହେଉଥିବା‌ ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ରୁଗୁଡ଼ିପାଲି ଓ ଭୀମଡୁଙ୍ଗୁରୀ ନିକଟରେ ଥିବା ଭୀମପାହାଡ଼ରେ କରୋନା କଟକଣାରେ ଗିରୀଗୋବର୍ଦ୍ଧନ ପୂଜା ଅନୁ‌ଷ୍ଠିତ ହୋଇଯାଇଛି । ଯଦିଓ କରୋନା ଯୋଗୁଁ ପୁଲିସ ପକ୍ଷରୁ ବିଶେଷ କିଛି ବ୍ୟବସ୍ତା କରାଯାଇ ନଥିଲା । ତଥାପି ଲୋକମାନେ ସଚେତନ ହୋଇ ଭୀମପାହାଡ଼କୁ ଯାଇ ଦର୍ଶନ କରିଥିଲେ। ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷ୍ମଣ ମେହେର, ବ୍ଲକ ଅଧ୍ୟକ୍ଷା ରୀନା ମେହେର ଓ ଓଡ଼ିଶା ପର୍ୟ୍ୟଟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ପର୍ୟ୍ୟଟନ କେନ୍ଦ୍ର ଭୀମପାହାଡ଼କୁ ଆସି ଦର୍ଶନ କରିବା ସହ ଆହୁରି କିପରି ଏହାର ବିକାଶ ହୋଇ ପାରିବ ସେହି ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ ।
ସୂଚନା ଯୋଗ୍ୟ ଯେ, ଦୀର୍ଘ ୬ ବର୍ଷ ହେଲା ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତର ଭୀମ ପାହାଡ଼ରେ ଗିରୀ ଗୋବର୍ଦ୍ଧନ ପୂଜା କମିଟି ଓ ଭୀମ ପାହାଡ଼ ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ତିନି ଦିନ ଧରି ନାମଯଜ୍ଞ ଓ ସଂସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବା ସହ ଅଞ୍ଚଳ ଓ ଦେଓଗାଁ ବ୍ଳକର ବିକାଶ ପାଇଁ ରାଜନେତା ଓ ସରକାରୀ ଅଧିକାରୀମାନେ ଯୋଗଦେଇ ପଦକ୍ଷେପ ନେଇଥିବା ସହ ବର୍ଷକରେ କେବଳ ମାତ୍ର ୩ ଦିନ ଏହି ଅଞ୍ଚଳରେ ମହୋତ୍ସବ ହେଉଥିବାରୁ କେବଳ ମକୁନ୍ଦପୁର ନୁହେଁ ଦେଓଗାଁ ବ୍ଳକ ବଲାଙ୍ଗୀର ଜିଳ୍ଲା ଓ ପଡ଼ୋଶି ସୋନପୁର, ବୌଦ କଲାହାଣ୍ଡି ଜିଳ୍ଲାରୁ ହଜାର ହଜାର ଦର୍ଶକ ସାମିଲ ହୋଇ କଳା ସଂସ୍କୃତିକୁ ଉପଭୋଗ କରିଥାନ୍ତି। କରୋନା ଯୋଗୁଁ ବିଗତ ଦିନରେ ହାତଛଡା କରିଥିବା ଯାନି ଯାତ୍ରା ପରି ଭୀମ ପାହାଡ଼ ମହୋତ୍ସବକୁ ଅଞ୍ଚଳବାସୀ ହାତଛଡ଼ା କରିଥିବାରୁ ବିଭିନ୍ନ ମହଳରେ ଅସନ୍ତୋଷ ଦେଖାଯାଇଛି ।

jittmm
Leave A Reply

Your email address will not be published.